ବ୍ୟାସନଗର, ୦୭/୧୧/୨୦୨୪ (ଓଡ଼ିଶା ସମାଚାର)- ଆଜି ବ୍ୟାସନଗର ର ଗଣପର୍ବ କୁ ଆଖିଆଗରେ ରଖି ଜିଲ୍ଲାପ୍ରଶାସନ ପକ୍ଷରୁ ଗଠିତ ମା ଶ୍ୟାମାକାଳୀ ପୂଜାଶାନ୍ତି କମିଟି ଗଠନ କରାଯାଇ ସହରର ପର୍ଯାୟ କ୍ରମେ ୧୭ ଗୋଟି ପୂଜା ମଣ୍ଡପ ପରିଦର୍ଶନ କରାଯାଉଛି. । ଗୋପବଂଧୁ ଛକ ଠାରେ ଗତକାଲି ଯାଜପୁର ଜିଲ୍ଲାପାଳ ପି. ଅନୁଷା ରେଡି ଓ ଯାଜପୁର ଜିଲ୍ଲା ଆରକ୍ଷୀଅଧିକ୍ଷକ ୟଶପ୍ରତାପ ଶ୍ରୀମଲ ଙ୍କୁ ଶାନ୍ତିକମିଟି କାର୍ଯ୍ୟାଳୟ ଠାରେ ଭବ୍ୟସମ୍ବର୍ଦ୍ଧନା ଦିଆ ଯାଇଥିଲା । ପ୍ରଥମେ ଶାନ୍ତି କମିଟି ର ଆବାହକ ବିଦ୍ୟାଧର ମହାନ୍ତି ଜିଲ୍ଲାପ୍ରଶାସନ ର ସହଯୋଗ ଙ୍କୁ ଭୂୟାଁସୀ ପ୍ରଶଂସା କରିଥିଲେ. । ଜିଲ୍ଲା ପାଳ ଓ ଏସ. ପି. ନିଜ ନିଜର ଅଭିଭାଷଣରେ ବ୍ୟାସନଗର ସହର ରେ ଆୟୋଜିତ ଜନଗହଳି ଓ ଶୁଖଳିତ ଜନସାଧାରଣ ଙ୍କୁ ଧନ୍ୟବାଦ ଦେବା ସହ ଆସନ୍ତା ୧O ତାରିଖ ଭଷାଣି ଉତ୍ସବ ଙ୍କୁ ଶୃଙ୍ଖଳିତ ଭାବେ ସମ୍ପର୍ଣ୍ଣ କରିବାକୁ ଆହ୍ୱାନ ଦେଇଥିଲେ. । ଅନ୍ୟମାନଙ୍କ ମଧ୍ୟରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସପନ କୁମାର ନନ୍ଦ. ଅତିରିକ୍ତ ଏସ. ପି. ଏସ. ଟପୋ. ତହସିଲଦାର ଦେବାଶିଷ ରାଉତ. କାର୍ଯ୍ୟନିର୍ବାହୀ ଅଧିକାରୀ ନମ୍ରତା ମୋଦି. ଏସ. ଡି. ପି. ଓ. ସଞ୍ଜୟ କୁମାର ପଟ୍ଟନାୟକ. ଯାଜପୁର ଥାନା ଆରକ୍ଷୀ ନିରୀକ୍ଷକ ଉପେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ. । ସଭା ଶେଷରେ ଶାନ୍ତିକମିଟି ପକ୍ଷରୁ ବିବେକାନନ୍ଦ ମହାନ୍ତି ଧନ୍ୟବାଦ ଦେଇଥିଲେ । ପରେ ପରେ ସମସ୍ତ ଶାନ୍ତି କମିଟି ସଭ୍ୟ ମାନଙ୍କ ସହଯୋଗ ରେ ବ୍ୟାଙ୍କଷ୍ଟ୍ରୀଟ ଓ ଆରୀୟାନ କ୍ଲବ ପୂଜା ମଣ୍ଡପ ଜିଲ୍ଲାପାଳ ଓ ଏସ. ପି. ପରିଦର୍ଶନ କରିଥିଲେ । ସେଠାରେ ମଧ୍ୟ ପୂଜା କମିଟି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।