ଭୁବନେଶ୍ୱର, ୦୭/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମହିଳା ଓ ଶିଶୁ ବିକାଶ ବିଭାଗ ଅଧିନସ୍ଥ ମହିଳା ବିକାଶ ସମବାୟ ନିଗମର ବାର୍ଷିକ ସାଧାରଣ ସଭା ଡବ୍ଲୁସିଡ଼ି କମ୍ପ୍ଲେକ୍ସ ର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ନିଗମର ଅଧ୍ୟକ୍ଷା ଶ୍ରୀମତୀ ସ୍ଵାଧିନବାଳା ଦାସ , ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ମୋନିଷା ବାନର୍ଜୀ, ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ଦୁର୍ଗାଚରଣ ମହାରଣା , ଏହାର ପରିଚାଳନା କମିଟି ସଦସ୍ୟ , ଅନ୍ୟ ସଦସ୍ୟା ସମିତିର ସଭ୍ୟ ତଥା ମହିଳା ନିଗମର ପ୍ରଶାସନିକ ଅଧିକାରୀ, ବିତ୍ତ ଅଧିକାରୀ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ଅଂଶଗ୍ରହଣ କରିଥିରେ । ସଦସ୍ୟ ସମିତିମାନଙ୍କର ପ୍ରସ୍ତାବ ମୁତ।ବକ, ସେମାନଙ୍କୁ ବିଭିନ୍ନ ଧନ୍ଦାମୂଳକ/ ଦକ୍ଷତା ବୃଦ୍ଧି ସମ୍ବନ୍ଧୀୟ ପ୍ରଶିକ୍ଷଣ ପ୍ରଦାନ ମାଧ୍ୟମରେ ସେମାନଙ୍କର ବୈଷୟିକ ଜ୍ଞାନ କୌଶଳ ଏବଂ ଦକ୍ଷତା ବୃଦ୍ଧି ଉପରେ ପ୍ରାଧାନ୍ୟ ଦିଆଯାଇଥିଲା । ସେମାନଙ୍କ ଦ୍ଵାରା ପ୍ରସ୍ତତ ସାମଗ୍ରୀର ବଜାର ବ୍ୟବସ୍ଥା ପାଇଁ ଓରମାସ୍ ତଥା ବିଭିନ୍ନ ମାର୍କେଟିଙ୍ଗ ସଂସ୍ଥା ସହ ବୁଝାମଣା କରିବା ପ୍ରସଙ୍ଗରେ ମଧ୍ୟ ବିଶଦ ଆରୋଚନା ହୋଇଥିଲା । ସମିତିମାନଙ୍କର ସର୍ବାଙ୍ଗୀନ ବିକାଶ ମାଧ୍ୟମରେ ସେମାନଙ୍କୁ ମହିଳା ସଶକ୍ତିକରଣର ମୁଖ୍ୟ ସ୍ରୋତରେ ସାମିଲ କରିବା ଦିଗରେ ବିଭିନ୍ନ ନିଷ୍ପତି ଗ୍ରହଣ କରାଯାଇଥିଲା।
-0-
ତନୁଜା ମହାନ୍ତି,ଲୋକସଂପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ