କଂଗ୍ରେସ ପକ୍ଷରୁ ଜିଲ୍ଲା ସ୍ତରୀୟ ସମ୍ବିଧାନ ଦିବସ ପାଳନ

କୋଇଡା, ୨୬/୧୧/୨୦୨୩ (ଓଡ଼ିଶା ସମାଚାର)-ଆଜି  ଜିଲ୍ଲା କଂଗ୍ରେସ ତରଫରୁ ପ୍ରଦେଶ କଂଗ୍ରେସ କମିଟି ର ଆହ୍ୱାନ କ୍ରମେ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ସ୍ତରୀୟ ସମ୍ବିଧାନ ଦିବସ କୋଇଡା ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ବଣାଇଁ ପୂର୍ବତନ ବିଧାୟକ  ଜନାର୍ଦ୍ଦନ ଦେହୁରୀ ଙ୍କ ନେତୃତ୍ଵରେ ଜିଲ୍ଲା ସାଧାରଣ ସମ୍ପାଦକ ରାଜ କିଶୋର ପାତ୍ର , କୋଇଡା ସରପଞ୍ଚ ହୃଷିକେଶ ଦେହୁରୀ, ପୁର୍ବତନ ସରପଞ୍ଚ ସନ୍ଧ୍ୟାରାଣୀ ନାଏକ, ଲଛି ପ୍ରସାଦ ଦାସ ,କୋଇଡା ବ୍ଲକ୍ ସଭାପତି ସନାତନ ଘଣା, ଉପ ସଭାପତି ଛଟରାୟ ନାଏକ, ମହିଳା ମୋର୍ଚ୍ଚା କୁସୁମିତା ପାତ୍ର, ଯୁବ ସଭାପତି କେଦାର ପଣ୍ଡା ,ପଛୁଆ ବର୍ଗ ସଭାପତି ପୂର୍ଣ୍ଣ ଚନ୍ଦ୍ର ବାରିକ, ହାଡୁ ମହାକୁଡ, ସରତୋ ମହାକୁଡ , ସୈଫୁଲ ହକ୍ ସମେତ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇ ସମ୍ବିଧାନ ବିନ୍ଧାଣି ଡଂ ଭିମ ରାଓ ଆମ୍ବେଦକର ଙ୍କ ପ୍ରତିଛବି ରେ ପୁଷ୍ପମାଲ୍ୟ ଅର୍ପଣ କରି ସମ୍ବିଧାନ ଦିବସ ପାଳନ କରିବା ସହ ସମ୍ବିଧାନ ର ଅଧୀକାର ଓ ଉପକାରିତା ଉପରେ ସମ୍ପୁର୍ଣ୍ଣ ଆଲୋକପାତ ତରିବା ସହ ବାର୍ତ୍ତା ପ୍ରେରଣ କରିଥିଲେ  ।

Leave a Reply

Your email address will not be published. Required fields are marked *