କଟକ ସଦର, ୦୬/୧୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଦୀର୍ଘ ଚାରି ଦଶନ୍ଧି ଧରି ବିଜୁ ପଟ୍ଟନାୟକଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଜନତା ଦଳ,ବିଜୁ ଜନତାଦଳ ରେ ରହି ସଂଗଠନ କୁ ତୃଣମୂଳ ସ୍ତରରୁ ମଜଭୁତ କରିଥିବା କଟକର ବରିଷ୍ଠ ନେତା ଧର୍ମେଶ ନାୟକ (ମିଟା) ଆଜି ଦଳବଳ ନେଇ କଟକ ଅର୍ବାନ କୋ ଅପରେଟିଭ ବ୍ୟାଙ୍କ ସଭାପତି ପ୍ରଫୁଲ୍ଲ ମହାପାତ୍ର (ତୋତନ),ବିଜୟ ବେହେରା ଙ୍କ ସହିତ ଆଜି ବୁଧବାର ଦିନ ବିଜେପି ରେ ଯୋଗ ଦେଇଥିବା ଜଣାପଡିଛି। ଚଳିତ ନିର୍ବାଚନରେ ବିଜେଡ଼ିର ଶୋଚନୀୟ ପରାଜୟ ଓ ପରାଜୟ ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନହେବାରୁ ଏଥିପାଇଁ ମିଟା ଅସନ୍ତୁଷ୍ଟ ହୋଇ ନିର୍ବାଚନ ପରେ ବିଜେଡିରୁ ଇସ୍ତଫା ଦେଇଥିଲେ। ସେଥିରେ କଟକ ଅର୍ବାନ କୋ ଅପରେଟିଭ ବ୍ୟାଙ୍କ ର ସଭାପତି ହେବାକୁ ଆଶାୟୀ ଥିବା ବେଳେ ସହର ବିଜେଡ଼ି ସଭାପତି ଦେବାଶିଷ ସାମନ୍ତରାୟ ତାଙ୍କୁ ନକରି ଅନ୍ୟ ଜଣେ ଠିକାଦାର ତୋତନଙ୍କୁ କରିଥିବା କୁ ନେଇ ମିଟା ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଥିଲା। ମିଟା ବିଜେପି କୁ ଯିବା ଦ୍ବାରା କଟକ ରେ ବିଜେପି ସଂଗଠନ ସୁଦୃଢ ହେବାସହ ବିଜେଡ଼ି ସଂଗଠନ ଦୂର୍ଵଳ ହେବା ସମ୍ଭାବନା ଅଧିକ ରହିଛି ବୋଲି ସାଧାରଣରେ ମତପ୍ରକାଶ ପାଉଛି।