କଟକ ସଦର, ୦୯/୦୫/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ରଣାଙ୍ଗନରେ ୪ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଥିବା ବେଳେ ବିଜେପି ଓ ବିଜେଡ଼ି ମଧ୍ୟରେ ଯୋରଦାର ଵଳ କଷାକଷି ଚାଲିଥିବା ଦେଖିବାକୁ ମିଳୁଛି। ଏଥିରୁ ଫାଇଦା ଉଠାଇବାକୁ କଂଗ୍ରେସ ତା’ର ଯଥାସମ୍ଭବ ଉଦ୍ୟମ ଜାରୀ ରଖିଛି। ଗୋଟିଏ ପଟେ ବିଜେଡ଼ି ୧୦ ବର୍ଷର ବିକାଶକୁ ମୁଦ୍ଦା କରିଥିବା ବେଳେ ଅନ୍ୟପଟେ ବିଜେପି ଓ କଂଗ୍ରେସ ମାଟିର ପୁଅ ମୁଦ୍ଦା ସ୍ୱର କୁ ଶାଣିତ କରୁଛି। ପ୍ରକାଶ ଯେ ଏଠାରୁ ଦୁଇଥର ବିଧାୟକ ଥିବା ଏବଂ ତୃତୀୟ ଥର ପାଇଁ ବିଜେଡ଼ି ରୁ ଚନ୍ଦ୍ର ସାରଥି ବେହେରା ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ରୁ କିଶନନଗର ଅଞ୍ଚଳର ପ୍ରକାଶ ଚନ୍ଦ୍ର ସେଠୀ, କଂଗ୍ରେସ ରୁ ୪୨ ମୈ।ଜା ଅଞ୍ଚଳର ତଥା କଟକ ସଦର ବ୍ଲକ କଂଗ୍ରେସ କମିଟି ସଭାପତି ରାମଚନ୍ଦ୍ର ଗୋଛାୟତ ଓ କମ୍ୟୁନିଷ୍ଟ ରୁ କମ୍ରେଡ ପରମାନନ୍ଦ ସେଠୀ ପ୍ରାର୍ଥୀ ହୋଇଛନ୍ତି। ତେବେ ବିଜେପି ଓ ବିଜେଡ଼ି ମଧ୍ୟରେ ଯୋରଦାର ଟକରା ଟକରି ଚାଲିଥିବା ବେଳେ କଂଗ୍ରେସ ଵି କୈ। ଣସି ଗୁଣରେ କମ୍ ପଡ଼ିନଥିଵା ନାମାଙ୍କନ ଦିନରୁ ଦେଖିବାକୁ ମିଳୁଛି। ସେହିପରି କମ୍ୟୁନିଷ୍ଟ ପ୍ରାର୍ଥୀ ତାଙ୍କର ସୀମିତ କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ଦଳର ଚିରାଚରିତ ଢ଼ଙ୍ଗରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଅନ୍ୟପକ୍ଷରେ ଭୋଟରଙ୍କ ନିରବତା ଓ ଗୁମସୁମ୍ କୁ ନେଇ ମତଦାନ କାହା ସପକ୍ଷରେ ଯିବ ତାହା ଏବେ କହିବା ମୁସ୍କିଲ ହୋଇଥିବା ବେଳେ ଆସନ୍ତା ଜୁନ୍ ୪ ତାରିଖ ରେ ହାତୀ କାହା ମୁଣ୍ଡରେ ସୁନା କଳସ ଢାଳୁଛି ତାକୁ କେବଳ ଦେଖିବାକୁ ବାକି ରହିଲା ।