ଲକ୍ଷ୍ମୀପୁର ୦୨/୦୬/୨୫(ଓଡିଶା ସମାଚାର/ପ୍ରମୋଦ ଜେନା)-ଲକ୍ଷ୍ମୀପୁର ବ୍ଲକ ବିରୀଗୁଡା ଗାଁ ରାସ୍ତା ରେ ଜଣେ ମହିଳା ଙ୍କ କାନ ଓ ନାକ ର ସୁନା କୁ ମଟର ସାଇକଲ ରେ ଆସି ଦୁଇ ଦୁର୍ବୁତ୍ତ ଝାମ୍ପି ନେଇଛନ୍ତି। ଭାଲୁଯୋଡି ଗାଁ ର ଆଦିବାସୀ ମହିଳାଙ୍କ କାନ ଓ ନାକରୁ ପ୍ରାୟ ଦେଢ଼ ତୋଳା ରୁ ଉର୍ଧ୍ଵ ସୁନା ଅଳଙ୍କାର କୁ ଦୁର୍ବୁତ୍ତ ମାନେ ଝାମ୍ପି କି ନେଇ ଯାଇଥିବାରୁ ଅଞ୍ଚଳରେ ଭୟର ବାତା ବରଣ ଖେଳି ଯାଇଛି।
ଖବର ପାଇ ଲକ୍ଷ୍ମୀପୁର ପୋଲିସ ତରଫରୁ ତନାଘନା ଆରମ୍ଭ ହୋଇଥିଲେ ମଧ୍ୟ ଦୁର୍ବୁତ୍ତଙ୍କ ଟେର ମିଳି ପାରିନି। ଖବର ନେବାରେ ଜଣା ପଡିଛିକି ଓଡ଼ିଆପେଣ୍ଠ ପଞ୍ଚାୟତ ଅନ୍ତର୍ଗତ ଭାଲୁଯୋଡି ଗାଁ ର ନୀଲାଇ କୁଲେସିକା ନିଜ ଝିଅ ଘର ବିରୀଗୁଡା ଗାଁ କୁ ଚାଲି ଚାଲି ଆସୁଥିବା ସମୟରେ ବିରିଗୁଡା ଛକ ନିକଟରେ ଏକ ମଟର ସାଇକକରେ ଦୁଇଜଣ ଦୁର୍ବୁତ୍ତ ତାଙ୍କୁ ପିଛା କରି ଆସି ମାଡି ବସି କାନ ରୁ ନାକରୁ ସୁନା ଝିକି ନେଇ ଫେରାର ହୋଇ ଯାଇ ଥିଲେ।
ଉକ୍ତ ମହିଳାଙ୍କ ରଡି ଶୁଣି ଗ୍ରାମବାସୀ ଧାଇଁ ଆସିଥିଲେ ମଧ୍ୟ ଦୁର୍ବୁତ୍ତଙ୍କୁ ଅଟକାଇ ପାରି ନଥିଲେ। ଏହି ଘଟଣା ଏବେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ପୋଲିସ ପେଟ୍ରୋଲିଙ୍ଗ କୁ କଡା କଡି କରିବା ପାଇଁ ସାଧାରଣରେ ଦାବି ହୋଇଛି।
