ଭୁବନେଶ୍ୱର, ୨୯/୧୨/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭୁବନେଶ୍ୱର ଆଇ ଆର୍ ସି ଭିଲେଜ୍ ସ୍ଥିତ ଏନ-୩ ଯୁଧିଷ୍ଠିର ଦାସ ପାର୍କ ପରିସରରେ ଭାରତୀୟ ଯୋଗ ସଂସ୍ଥାନ, ଓଡ଼ିଶା ପ୍ରାନ୍ତ ତଥା ନୟାପଲ୍ଲୀ ଯୋଗ ଜିଲ୍ଲା ତରଫରୁ ମହିଳା ମାନଙ୍କ ସମ୍ମାନାର୍ଥେ ଏବଂ ସେମାନଙ୍କୁ
ଉତ୍ସାହିତ କରିବା ଉଦ୍ଦେଶ୍ୟ ରେ , “ମହିଳା ଯୋଗଶକ୍ତି ଦିବସ ” ଆନୁଷ୍ଠାନିକ ଭାବେ ପାଳନ କରାଯାଇଛି । ଏଥିରେ ନୟାପଲ୍ଲୀ ଯୋଗ ଜିଲ୍ଲା ଅନ୍ତର୍ଭୁକ୍ତ ୧୧ ଟି କେନ୍ଦ୍ର ର ସାଧିକା ମାନଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ରୂପେ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ମହିଳା ଅଧିକାରୀ ମାନେ ବିଭିନ୍ନ ଆସନ , ପ୍ରାଣାୟମ ର ଅଭ୍ୟାସ ସହ ଭଜନ ଗାନ , କବିତା ପାଠ ସହ ଯୋଗ ଦ୍ୱାରା
ମିଳିଥିବା ଉପଶମ ର ନିଜ ନିଜ ଅନୁଭୂତିକୁ ସର୍ବ ସମ୍ମୁଖରେ ବର୍ଣ୍ଣନା କରିଥିଲେ ।
ଏହି ଅବସରରେ ୮ ଜଣ ସାଧିକା ଙ୍କୁ ” ଉଦୀୟମାନ ଶିକ୍ଷକ ” , ୪ ଜଣ ଅଧିକାରୀଙ୍କୁ “ଶ୍ରେଷ୍ଠ ନେତୃତ୍ୱ ” , ଜଣଙ୍କୁ “ବରିଷ୍ଠ ପ୍ରଶିକ୍ଷିକା ” ଏବଂ ଜଣଙ୍କୁ ” “ପ୍ରେରଣାଦାୟୀ ସମାଜସେବୀ” ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରାନ୍ତ ପ୍ରଧାନ ଶ୍ରୀ ସୁରେଶ ମହାପାତ୍ର , ଓଡ଼ିଶା ପ୍ରାନ୍ତ ସଦସ୍ୟା ଶ୍ରୀମତୀ ମଞ୍ଜୁଳା ମିଶ୍ର , ନୟାପଲ୍ଲୀ ଯୋଗ ଜିଲ୍ଲା ପ୍ରଧାନ ଶ୍ରୀ ପ୍ରଦୀପ୍ତ କୁମାର ମହାନ୍ତି , ଉପ ପ୍ରଧାନ ଶ୍ରୀ ରାମ କିଶୋର ଶର୍ମା , ଜିଲ୍ଲା ମନ୍ତ୍ରୀ ଶ୍ରୀ ଜ୍ୟୋତିର୍ମୟ ରଥ , ଜିଲ୍ଲା ସଂଗଠନ ମନ୍ତ୍ରୀ ଜୟଶ୍ରୀ ପଣ୍ଡା ଯୋଗଦାନ ଦେଇ ସମସ୍ତ ସାଧିକାମାନଙ୍କୁ ଉତ୍ସାହିତ କରିବା ସହ ମହିଳା ଶକ୍ତିରେ ଯୋଗର ଭୂମିକା ବିଷୟରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅନଲାଇନ୍ ମାଧ୍ୟମରେ ଓଡ଼ିଶା ପ୍ରାନ୍ତ ଉପ ପ୍ରଧାନ ଶ୍ରୀ ପ୍ରାଣବନ୍ଧୁ ବେହେରା ଜିଲ୍ଲାର ସାଧିକାମାନଙ୍କ ଉଦ୍ଦେଶ୍ୟରେ ଶୁଭେଚ୍ଛା ବାର୍ତ୍ତା ପଠାଇଥିଲେ । ଏହି କାର୍ଯ୍ୟକ୍ରମକୁ ଶ୍ରୀମତୀ ଶୁଭ୍ରସିମା ମହାନ୍ତି ପରିଚାଳନା କରିଥିଲେ ।