ଲକ୍ଷ୍ମୀପୁର,୧୩/୧୨/୨୦୨୩ (ଓଡ଼ିଶା ସମାଚାର /ପ୍ରମୋଦ ଜେନା)- କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସ୍ଥିତ ସାଙ୍ଗାନା ଉଚ୍ଚ ବିଦ୍ୟାଳୟ ରେ ଡ୍ରଗ ଅପବ୍ୟବହାର ନିଷେଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଶିକ୍ଷାଧିକାରୀ କୈଳାଶ ଚନ୍ଦ୍ର ବେହେରା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଅର୍ପିତା ପ୍ରଧାନ ଯୋଗ ଦେଇ ପ୍ରଥମେ ଶ୍ରୀ ଜଗନ୍ନାଥ ପ୍ରତି ମୂର୍ତ୍ତୀ ରେ ମାଲ୍ୟାର୍ପଣ ଓ ପୂଜା ପରେ ଏହି କାର୍ଯ୍ୟକ୍ରମ ର ଉଦ୍ଧେଶ୍ୟ ସଂପର୍କରେ ଅବଗତ କରାଇଥିଲେ। ସମ୍ମାନିତ ଅତିଥି ଭାବେ ଡ଼ ନବ କିଶୋର କୁଣ୍ଡୁ, ତହସିଲଦର୍ ନିର୍ମଳ କୁମାର ନାୟକ, ଥାନା ଅଧିକାରୀ ସୁଗ୍ୟାନି ସାହୁ, ଅବକାରୀ ବିଭାଗ ସବ୍ ଇନ୍ସପେକ୍ଟର ମନୋଜ କୁମାର ପ୍ରଧାନ, ପ୍ରଧାନ ଶିକ୍ଷକ ଗୋପାଳ ମଣ୍ଡଳ,ଏ ବି ଇ ଓ ବିଭୂତି ଭୂଷଣ ତାକ୍ରୀ ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ର ଆବାହକ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଅନନ୍ତ କୁମାର ଦଳପତି ଏହି କାର୍ଯ୍ୟ କ୍ରମ ବିବରଣୀ ପ୍ରଦାନ କରିବା ପରେ ଡ କୁଣ୍ଡୁ ଡ୍ରଗ ସେବନ ଦ୍ଵାରା ବିଭିନ୍ନ ରୋଗର ଶିକାର,ଧନ ଜୀବନ ହାନି, ତହସିଲଦାର ଶ୍ରୀ ନାୟକ ଗଞ୍ଜା ଚାଷ ନିଷେଧ,ଅବକାରୀ ସବ୍ ଇନ୍ସପେକ୍ଟର ଶ୍ରୀ ପ୍ରଧାନ ବିଭିନ୍ନ ଆଇନ କାନୁନ, ଥାନାଧିକାରୀ ଶ୍ରୀମତୀ ସାହୁ ବିଭିନ୍ନ ଦଣ୍ଡ ବିଧାନ,ପ୍ରଧାନ ଶିକ୍ଷକ ଶ୍ରୀ ମଣ୍ଡଳ ସଚେତନତା ଉପରେ ଆଲୋଚନା କରିଥିଲେ।
ବିଜ୍ଞାନ ଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା ସଭା ପରିଚାଳନା କରିଥିବା ବେଳେ ବ୍ଲକରେ ଥିବା ସମସ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକ ଓ ପ୍ରଧାନ ଶିକ୍ଷୟତ୍ରୀ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ନିଶା ଦ୍ରବ୍ୟର ଅପବ୍ୟବହାର ନିଷେଧ ସଚେତନତା ଉପରେ ଏକ ଶପଥ ପାଠ କରାଯାଇଥିଲା ବେଳେ ଇବିଇଓ ବିଭୂତି ଭୂଷଣ ଟାକିରି ଧନ୍ୟବାଦ୍ ଅର୍ପଣ କରିଥିଲେ।ହାଇସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କର୍ମଚାରୀ ମାନେ ଏହି ସଚେତନତା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହ ଯୋଗ କରିଥିଲେ।
ସାଂଗାନା ରେ ଡ୍ରଗ ଅପବ୍ୟବହାର ନିଷେଧ ସଚେତନତା କାର୍ଯ୍ୟକ୍ରମ
