ଅଁଳା ନବମୀ ପୂର୍ବରୁ ରାସ୍ତା କାମ ସାରିବାକୁ ନିର୍ଦେଶ ଦେଲେ ବିଧାୟକ।

ସାକ୍ଷୀଗୋପାଳ ବଜାର ରାସ୍ତା ନବୀକରଣ  ନିମନ୍ତେ ଶୁଭଦାନ

ସାକ୍ଷୀଗୋପାଳ,୦୧/୧୧/୨୦୨୪ (ଓଡ଼ିଶା ସମାଚାର)-ସାକ୍ଷୀଗୋପାଳ ବଜାର ରାସ୍ତା ମରାମତି ଓ ନବୀକରଣ  କରାଯିବ । ଆଜି ପବିତ୍ର ଦୀପାବଳୀ ଅବସରରେ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟରେ ନଡ଼ିଆ ବାଡେଇ ଏହି ନବୀକରଣ ନିମନ୍ତେ  ଶୁଭଦାନ କରିଥିଲେ । ଏହି ଅବସରରେ ଜୟପୁର ସମିତି ସଭ୍ୟ ଦୀପକ ଶତପଥୀ, ବିଜେପି ମଣ୍ଡଳ ସଭାପତି ଉମେଶ ଚନ୍ଦ୍ର ପ୍ରଧାନ, ପ୍ରଭାତ କୁମାର ମିଶ୍ର, ପ୍ରଦ୍ୟୁମ୍ନ ଶତପଥୀ, ସନ୍ତୋଷ କୁମାର ନନ୍ଦ, ହର ପ୍ରସାଦ ରଥ, ଶଙ୍କର୍ଷଣ ପ୍ରଧାନ ଓ ଲିଙ୍ଗରାଜ ବେହେରାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।.

ଏହି ରାସ୍ତା ନିର୍ମାଣ ନିମନ୍ତେ ୩୪ଲକ୍ଷ ୮ ହଜାର ୩୪ଟଙ୍କା ପୂର୍ତ୍ତ ବିଭାଗ ତରଫରୁ  ବ୍ୟୟ ବରାଦ ହୋଇଅଛି କ୍ଷ ୭ମିଟର ଓସାରରେ ୯୦୦ ମିଟର  ପର୍ୟ୍ୟନ୍ତ ପେଭର ମେସିନ ଦ୍ୱାରା ପିଚୁ କରାଯିବ । ଆସନ୍ତା ଅଁଳା ନବମୀ ପୂର୍ବରୁ ଏହି କାର୍ୟ୍ୟ ଶେଷ କରାଯିବ ବୋଲି ଜଣା ପଡ଼ିଅଛି ।

Leave a Reply

Your email address will not be published. Required fields are marked *