କଟକ ସଦର ଵ୍ଲକରେ ” ସ୍ୱଚ୍ଛତା ହିଁ ସେଵା” ପକ୍ଷ ପାଳନ ଅବସରରେ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର 

କଟକ ସଦର, ୨୬ /୯/୨୦୨୪ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): ସାରା ଦେଶରେ ‘ସ୍ୱଛତା ହିଁ ସେଵା’ ପକ୍ଷ ପାଳନ ଅବସରରେ କଟକ ସଦର ଵ୍ଲକରେ ଆଜି ଗୁରୁବାର ଦିନ ସ୍ୱଚ୍ଛତା ମିତ୍ର ମାନଙ୍କ ପାଇଁ ଏକ ସ୍ୱ।ସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇ ପିପିଇ କିଟ୍ ବଣ୍ଟନ କରାଯାଇଛି। ଏହାକୁ ଵିଡିଓ ରୁମନା ଜାଫ୍ରି ଉଦଘାଟନ କରି ଯୋଗଦେଇଥିବା ଵେଣ୍ଟକାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡ଼ାଃ ଶୁଭାଶିଷ ଶତପଥୀ ଦ୍ୱାରା ନିଜର ସ୍ୱ।ସ୍ଥ୍ୟ ପରୀକ୍ଷା କରାଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଵିଡିଓ ଝାଡେଶ୍ୱର ଦାସ, ସ୍ୱଚ୍ଛତା ନୋଡାଲ ଅଧିକାରୀ ତଥା ଵ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ କୈଳାସ ସାହୁ,ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରିଣୀ ପ୍ରଜ୍ଞା ପାରମିତା ସାମଲ, ଵିଆରସି(ସ୍ୱଚ୍ଛ ଭାରତ) ତେଜେସ୍କର ସିଂ ପ୍ରମୁଖ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *