ପାଳଲହଡା ଅଗ୍ନିଶମ କର୍ମଚାରୀଙ୍କ କଳାବ୍ୟାଚ ପରିଧାନ

ପାଳଲହଡା,୧୩/୧୨/୨୦୨୩ (ଓଡ଼ିଶା ସମାଚାର)- ଅଗ୍ନିଶମ ବିଭାଗର କର୍ମଚାରୀ ବିଭିନ୍ନ ଦାବି ପୂରଣ ନିମନ୍ତେ ସୋମବାର ଦିନ ଅନିର୍ଦ୍ଧିଷ୍ଟ ସମୟ ପର୍ୟ୍ୟନ୍ତ କଳାବ୍ୟାଚ ପରିଧାନ କରିଛନ୍ତି । ଦୁର୍ଘଟଣା ଠାରୁ ଆରମ୍ଭ କରି ଅଗ୍ନିକାଣ୍ଡ ଓ ବିଭିନ୍ନ ଦୈବ ଦୁର୍ବିପାକ ସମୟରେ ଅଗ୍ନିଶମ କର୍ମଚାରୀ ସୂଚାରୁ ରୂପେ କାର୍ୟ୍ୟ ସମ୍ପାଦନ କରୁଛନ୍ତି । ଏହା ସତ୍ୱେ ସେମାନଙ୍କୁ ଉପଯୁକ୍ତ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ କରାଯାଉଥିବା ଅଭିଯୋଗ କରିଥିଲେ । ବିଶେଷ କରି ଓଡିଶା ପୋଲିସ ର ସିପାହୀ ଓ ହାବିଲଦାରଙ୍କ ଦରମା ଭଳି ଅଗ୍ନିଶମ କର୍ମଚାରୀଙ୍କୁ ସମାନ ବେତନ ପ୍ରଦାନ କରିବା ଓ କର୍ମଚାରୀ ସଂଘ ପଞ୍ଜିକରଣ ପାଇଁ ରାଜ୍ୟରେ କାର୍ୟ୍ୟରତ କର୍ମଚାରୀ ଦାବି କରିଛନ୍ତି । ଏଣୁ ସୋମବାର ପାଳଲହଡା ଅଗ୍ନିଶମ କାଯ୍ୟଳୟ ଠାରେ ହାବିଲଦାର ପଦ୍ମଲୋଚନ ମହନ୍ତଙ୍କ ନେତୃତ୍ୱରେ କର୍ମଚାରୀ କଳାବ୍ୟାଚ ପରିଧାନ କରିଛନ୍ତି । ଏଥିରେ ପାଳଲହଡାର ଅଗ୍ନିଶମ ବିଭାଗ ର ସମସ୍ତ ମୁଖ୍ୟ ଆଗ୍ନିକ ଏବଂ ଆଗ୍ନିକ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *