‘ସାହିତ୍ୟ ମାସିକୀ’ କାର୍ଯ୍ୟକ୍ରମ    — ପ୍ରଦୁ୍ୟମ୍ନ ପଟ୍ଟନାୟକଙ୍କ ‘ଶୁଚିସ୍ମିତାର କାହାଣୀ’ ଲୋକାର୍ପିତ

ଭୁବନେଶ୍ୱର, ୨ ୭ /୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭାରତୀୟ ସାହିତ୍ୟରେ ଓଡ଼ିଆ ଗଳ୍ପର ଆଦର ରହିଛି । ଗଳ୍ପର ଉପାଦାନ, କାରିଗରୀ, ଚରିତ୍ର ଓ ଘଟଣାକୁ ନେଇ ପାଠକୀୟ ଆବେଦନ ତିଆରି ହୁଏ ବୋଲି ବିଶିଷ୍ଟ କଥାକାର ପରେଶ କୁମାର ପଟ୍ଟନାୟକ ମତ ଦେଇଛନ୍ତି । ଆଜି ସନ୍ଧ୍ୟାରେ ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ‘ସାହିତ୍ୟ ମାସିକୀ’ରେ କଥାକାର ପ୍ରଦୁ୍ୟମ୍ନ ପଟ୍ଟନାୟକଙ୍କ ଗଳ୍ପ ପୁସ୍ତକ ‘ଶୁଚିସ୍ମିତାର କାହାଣୀ’ ଲୋକାର୍ପଣ କରି ଶ୍ରୀ ପଟ୍ଟନାୟକ ବିଭିନ୍ନ ଭାରତୀୟ ଭାଷାରେ ଓଡ଼ିଆ ଗଳ୍ପର ପର୍ଯ୍ୟାପ୍ତ ଅନୁବାଦ ହେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି । ଅନୁରୂପ ଭାବରେ ଓଡ଼ିଆ ଗଳ୍ପ ସାହିତ୍ୟରେ ତରୁଣ ତଥା ନୂତନ ଲେଖକମାନଙ୍କ ଭୂମିକାକୁ ସେ ପ୍ରଶଂସା କରିଛନ୍ତି ।

ବିଶିଷ୍ଟ କଥାକାର ସହଦେବ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗାଳ୍ପିକ ପ୍ରଦୁ୍ୟମ୍ନ ପଟ୍ଟନାୟକ ଲେଖକୀୟ ଅଭିବ୍ୟକ୍ତି ରଖିବା ପରେ କଥାକାର ରମେଶ ପଟ୍ଟନାୟକ ପୁସ୍ତକରେ ସ୍ଥାନିତ କେତେକ ଗଳ୍ପର ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ । ‘ଏ ମାସର କବି’ ଭାବରେ ସୁଶ୍ରୀ ଶ୍ରୀସିକ୍ତା ଶୁଭଦର୍ଶିନୀ ନାୟକ ଯୋଗଦେଇ ସ୍ୱରଚିତ କବିତା ପାଠ କରିଥିଲେ ।

ପରେ ଅଭୟ ନାରାୟଣ ନାୟକ, ପୂର୍ଣ୍ଣାନନ୍ଦ ମହାନ୍ତି ଓ ଜୟଶ୍ରୀ ପଟ୍ଟନାୟକଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ବିଧୁଭୂଷଣ ତ୍ରିପାଠୀ, ଅଲେଖ ଚରଣ ରାଉତ, ବୀଣାପାଣି ମିଶ୍ର, କୁମୁଦିନୀ ଜୀ, ଶଶିପ୍ରଭା ଦାସ, ପବିତ୍ର ମୋହନ ବାରିକ, ପ୍ରଣତି ପରିଡ଼ା, ନିରାପମା ରାୟ, ଡ. ଅଶୋକ ସିଂହ, ମହେନ୍ଦ୍ର କୁମାର ମଲ୍ଲିକ, ସବିତା ଶତପଥୀ, ଶ୍ୟାମାକିଙ୍କର ମହାନ୍ତି, ସୁବ୍ରତ ସେନାପତି, କ୍ଷଣପ୍ରଭା ମହାନ୍ତି, ରାଜକିଶୋର ଦାସ, ଭିଗାରୀ ଧଳ, ପବିତ୍ର ମୋହନ କର, ବିରଞ୍ଚି ଶତପଥୀ, ମନମୋହନ ମିଶ୍ର, ସବିତା ଶତପଥୀ, ସନ୍ତାପ ଜେନା, ମିନତି ମିଶ୍ର, ପ୍ରମୁଖ କବିତା ପାଠ କରିଥିଲେ ।

କାର୍ଯ୍ୟକ୍ରମ ଆରମ୍ଭରେ ଡା. ଜୀବନକୃଷ୍ଣ ମିଶ୍ର ବେଦପାଠ କରିଥିଲେ ଓ ଶେଷରେ ଉପସଭାପତି ବିଭୂତି ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ । ଅତିଥିମାନଙ୍କୁ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛା-ଉପହାର ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *