ହଜ ବିବେକାନନ୍ଦ ଶିକ୍ଷା କେନ୍ଦ୍ର  ୧୦୮ ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ

 ନିରାକାରପୁର, ୨୫/୦୪/୨୦୨୪ (ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ହଜ ସ୍ଥିତ  “ବିବେକାନନ୍ଦ ଶିକ୍ଷା କେନ୍ଦ୍ର” ରେ ଦୁଇଦିନ ଧରି ୧୦୮ ହନୁମାନ ଚାଳିଶା ଓ ସୁନ୍ଦରାକାଣ୍ଡ ବହୁତ ଆଡ଼ମ୍ବରରେ ପାଳନ କରାଯାଇଛି । ଏହି କାର୍ଯ୍ୟରେ ପଣ୍ଡିତ ସୁକାନ୍ତ କରଶର୍ମାଙ୍କ ଦ୍ୱାରା ପୂଜା କାର୍ଯ୍ୟ ସମ୍ପାଦନ କରାଯଇଥିଲା। କର୍ତ୍ତା ଓ କର୍ତ୍ତୀ ଭାବେ ଶ୍ରୀ ବିଭୁତି ଭୂଷଣ ଦାଶ ଓ ଶୁକଲ୍ୟାଣୀ ଦାଶ ଏହି ଦାୟିତ୍ୱ ସମ୍ପାଦନ କରିଥିଲେ । ଏହି ଉତ୍ସବରେ “ସ୍ୱାମୀ ଶିବ ଚିଦାନନ୍ଦ ସରସ୍ବତୀ”ମୁଖ୍ୟ ଅତିଥି ଭାବରେ ପିଲାମାନଙ୍କୁ ଆଶ୍ରି ବଚନ ପ୍ରଦାନ କରିବା ସହିତ ଶିକ୍ଷା ସହିତ ଆଧ୍ୟାତ୍ମିକତାକୁ କିପରି ଯୋଡ଼ି ପାରିବ ଅତି ସୁନ୍ଦର ଭାବରେ ପିଲାମାନଙ୍କୁ ବୁଝେଇଥିଲେ। ସମ୍ମାନୀତ ଅତିଥି ଭାବରେ “ଭାରତୀୟ ଶିକ୍ଷା ପରିଷଦ” ଓଡିଶା ଭୁବନେଶ୍ୱରରୁ ଟ୍ରଷ୍ଟି ବରିଷ୍ଠ ଶିକ୍ଷାବିତ ବାବାଜୀ ସାର ନୂଆ ଶିକ୍ଷା ନୀତିରେ ଶିଶୁମାନେ କିପରି ସେମାନଙ୍କର ନୈତିକ ଓ ବୌଦ୍ଧିକ ବିକାଶ କରିବେ, ସେ ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ସନମାନିତ ଅତିଥି ଭାବେ ପ୍ରଦୀପ ପାଣି ସାର ଅଭିଭାବକମାନେ କିପରି ପିଲାମାନଙ୍କୁ ଗୋଟେ ଭଲ ମଣିଷ ହୋଇ ସମାଜରେ ପ୍ରତିଷ୍ଠିତ ହୋଇପାରିବେ ସେ ଉପରେ ସୁଚିନ୍ତିତ ପରାମର୍ଶ ପ୍ରଦାନ କରିଥିଲେ। ଏହି ଭବ୍ୟ କଳସ ଶୋଭାଯାତ୍ରାରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟାଙ୍କ ସହିତ ଗୁରୁଜୀ,ଗୁରୁମା ଓ ଅଭିଭାବିକାମାନେ ଅଂଶଗ୍ରହଣ କରିଥିଲେ।ଶେଷରେ ପିଲାମାନେ ସ୍ୱାମୀଜୀ ଆଣିଥିବା ପ୍ରସାଦ ଏବଂ ଚକୋଲେଟ ପାଇ ବହୁତ ଖୁସି ଅନୁଭବ କରିବା ସହିତ ବିଦ୍ୟାଳୟରେ ସମସ୍ତେ ପସାଦ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଦୀପୁ ସାର, ବୁଲୁ ସାର, ଗୁଲୁ ସାର,ରମାକାନ୍ତ ସାର,କୁଶ ସାର, ବିଶି ସାର ଓ ମାନସ ସାର, ସୁଲୋଚନା ମାଡାମ, ରୀନା ମାଡାମ, ସାବିତ୍ରୀ ମାଡାମ,ରଶ୍ମିତା ମିସ ପରିଚାଳନା କରିଥିଲେ।ବିଦ୍ୟାଳୟର ପୁରାତନ ଛାତ୍ର ଛାତ୍ରୀ ଓ ବହୁ ସ୍ୱେଚ୍ଛାସେବୀମାନେ ପ୍ରସାଦ ବଣ୍ଟନରେ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଭୁବନେଶ୍ୱର, ଖୋର୍ଦ୍ଧା, ବେଗୁନିଆ, ବୋଲଗଡର ବିଭିନ୍ନ ବିଦ୍ୟାଳୟର ଗୁରୁଜୀ ମାନେ ଯୋଗ ଦେବା ସହିତ, ବରିଷ୍ଠ ନେତା ପ୍ରଦୀପ କୁମାର ସାହୁ ଯୋଗଦେଇ ବହୁତ ଖୁସି ବ୍ୟକ୍ତ କରିଥିଲେ। ତତ ସହ ଏହି ଅଞ୍ଚଳର ବହୁତ ବୁଦ୍ଧିଜୀବୀ,ମାନ୍ୟଗଣ ବ୍ୟକ୍ତି ଏହି ଭବ୍ୟ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହିତ ପ୍ରସାଦ ସେବନ କରି ବହୁତ ଖୁସିବ୍ୟକ୍ତ କରିଥିଲେ।

Leave a Reply

Your email address will not be published. Required fields are marked *