ମାହାଙ୍ଗା ୧୫/୧୨/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା )-ବରିଷ୍ଠ ସାମ୍ବାଦିକ ଶ୍ରୀବତ୍ସ ଜେନାଙ୍କ ଦ୍ଵାଦଶାହ ତିଥିରେ ଜନ୍ମମାଟି କୁସୁପୁର ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି ।
ସାମ୍ବାଦିକତାକୁ ବୃତ୍ତି ଭାବରେ ଗ୍ରହଣ କରିଥିବା ଶ୍ରୀବତ୍ସଙ୍କ ଅମୁଲ୍ୟ ଜୀବନର ପ୍ରତିଟି ମୁହୂର୍ତ୍ତ ସେବା, ତ୍ୟାଗ, ସହିଷ୍ଣୁତା ଏବଂ ଭଗବତ ଚିନ୍ତନରେ ବିତୁଥିଲା ବୋଲି ବିଶିଷ୍ଟ ବ୍ୟକ୍ତିମାନେ ତାଙ୍କ ପ୍ରତି ଶ୍ରାଦ୍ଧ ନିବେଦନ ସମୟରେ ଏଭଳି ମନ୍ତବ୍ୟ ପ୍ରଦାନ କରିଥିଲେ । ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଏହି ନିର୍ଭିକ ତଥା ନିଷ୍ଠାପର ପତ୍ରକାରଙ୍କ ମାନବୀୟ ଆଚରଣ ଆମପାଇଁ ସ୍ମରଣୀୟ ହୋଇ ରହିବ ବୋଲି ବକ୍ତାମାନେ କହିଥିଲେ ।
ସାମ୍ବାଦିକ ଭକ୍ତ ଚରଣ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସ୍ମୃତି ସଭାରେ ବରିଷ୍ଠ ସାମ୍ବାଦିକ ମହେଶ୍ୱର ବଳ,ପ୍ରାଧ୍ୟାପକ ଡକ୍ଟର ଯୁଧିଷ୍ଠିର ଖଟୁଆ,ସାହିତ୍ୟିକ ଡକ୍ଟର ଭାବଗ୍ରାହୀ ରାଉତ, ଇଞ୍ଜିନିଅର ଅମରେନ୍ଦ୍ର ମହାନ୍ତି, ସାମ୍ବାଦିକ ଅଖିଳେଶ ମହାନ୍ତି, ସାହିତ୍ୟିକ ଡକ୍ଟର ଏକାଦଶୀ ପ୍ରଧାନ, ସାହିତ୍ୟିକ ଡକ୍ଟର ବସନ୍ତ କିଶୋର ସାହୁ, ସାହିତ୍ୟିକ ଶୁଭେନ୍ଦୁ ଭୂୟାଁ,ସମାଜସେବୀ ରୁଦ୍ର ନାରାୟଣ ସିଂ, ସାମ୍ବାଦିକ ଅମରେନ୍ଦ୍ର ସିଂ, ସାମ୍ବାଦିକ ପ୍ରଦୀପ୍ତ ପୃଷ୍ଟି, ସାମ୍ବାଦିକ ବିଳାସ ଚନ୍ଦ୍ର ବାରିକ, ଶେଷଦେବ ରାଉତ, ରଂଜିତ ସାହୁ, ନରୋତ୍ତମ ବଳ, ସୁକୁମାର ସାମଲ, ବିଜୟ କୁମାର ମହାନ୍ତି, ବିଜୟ କୁଅଁର ପ୍ରମୁଖ ଯୋଗଦେଇ ସ୍ବର୍ଗତ ଜେନାଙ୍କ କୃତୀ ଓ କୀର୍ତ୍ତିର ମୂଲ୍ୟାୟନ କରିଥିଲେ ।
ଏହି ଅବସରରେ ଶ୍ରୀବତ୍ସ ଜେନା ସ୍ମୃତି ସଂସଦ ପକ୍ଷରୁ ପ୍ରକାଶିତ “ଅଭୁଲନୀୟ ଶ୍ରୀବତ୍ସ” ଶୀର୍ଷକ ଏକ ସ୍ମରଣିକା ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।
