ପଟ୍ଟାମୁଣ୍ଡାଇରେ ବାତ୍ୟା ପରେ ତଦନ୍ତ ଆରମ୍ଭ

କେନ୍ଦ୍ରାପଡ଼ା,୨୬/୧୦/୨୦୨୪(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲାର ପଟ୍ଟାମୁଣ୍ଡାଇ ପୌରାଂଚଳରେ ବାତ୍ୟା ‘ଦାନା’ଜନିତ ଘର ଭଙ୍ଗା ତଦନ୍ତ ତହସିଲ କର୍ମଚାରୀଙ୍କ ଦ୍ୱାରା ଆରମ୍ଭ ହୋଇଯାଇଛି । ରାଜ୍ୟ ସରକାରଙ୍କ ନିର୍ଦେଶ ପରେ ପଟ୍ଟାମୁଣ୍ଡାଇ ତହସିଲ ପକ୍ଷରୁ ଏଭଳି ତଦନ୍ତ ଶନିବାର ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ପଟ୍ଟାମୁଣ୍ଡାଇ ତହସିଲର କର୍ମଚାରୀମାନେ ପୌରାଂଚଳର ଘରକୁ ଘର ବୁଲି ବାତ୍ୟାରେ ଘର ଭାଙ୍ଗିଛି  କି ନାହିଁ ସେ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି ।

Leave a Reply

Your email address will not be published. Required fields are marked *