କଟକ ସଦର ,୨୬/୧୦/୨୦୨୪ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): ବାତ୍ୟା ମୁକାବିଲା ପାଇଁ ବାତ୍ୟା ଅଧ୍ୟୁଷିତ ଅନେକ ଵ୍ଲକର ଵିଡିଓମାନେ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ବାତ୍ୟାର ଚିହ୍ନଵର୍ଣ୍ଣ ନଥିବା କଟକ ସଦର ଵିଡିଓ ଏମିତି କି କାର୍ଯ୍ୟ କଲେ ଯେ ଏଥିପାଇଁ ତାଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରାଗଲା ? । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଅନ୍ୟପକ୍ଷରେ ସରକାରୀ କର୍ମଚାରୀ ଏଵଂ ଅଧିକାରୀ ମାନେ ତ ଜନସାଧାରଣଙ୍କ ସେବାରେ ଓ ସୁରକ୍ଷାରେ ନିୟୋଜିତ ରହିବା ସେମାନଙ୍କ ର ନୈତିକ ଦାୟିତ୍ବ ଓ କର୍ତ୍ତବ୍ୟ। ଏଥିରେ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯିବା କେଉଁ ସ୍ୱ।ର୍ଥରେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଵିଡିଓ ରୁମନା ଜାଫ୍ରି ଏହି ସମ୍ବର୍ଦ୍ଧନା କୁ କିପରି ଓ କାହିଁକି ଗ୍ରହଣ କଲେ ତାର ବିଧିବଦ୍ଧ ଅନୁସନ୍ଧାନ ହେବା ର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି। ସେହିପରି କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ସାରା ରାତି ଵର୍ଷା ରେ ଭିଜି ଭିଜି ନିରବଚ୍ଛିନ୍ନ ଭାବେ ବାତ୍ୟା ଆଶ୍ରୟସ୍ଥଳୀ ମାନଙ୍କରେ ଥିବା ଆଶ୍ରିତ ମାନଙ୍କୁ ଭେଟି ଭଲମନ୍ଦ ବୁଝିଥିବା ବେଳେ ସିଏ ତ କାହିଁକି ଧନ୍ୟବାଦ ପାଇଁ ଆଶା ରଖିନଥିଲେ। ଏହା ଵିଡିଓ ଙ୍କ ପ୍ରାୟୋଜିତ କାର୍ଯ୍ୟକ୍ରମ ନୁହେଁ ତ ? ବୋଲି ସାଧାରଣରେ ଅଭିଯୋଗ ହେଉଛି।
ବାତ୍ୟା ରେ କଟକ ସଦର ଵିଡିଓ ସମ୍ବର୍ଦ୍ଧିତ ହେବା କେତେଦୂର ଯଥାର୍ଥ
