ସାଲେପୁର ରେ ଲକ୍ଷାଧିକ ଟଙ୍କାର ବେଆଇନ ବାଣ ଜବତ : ଜଣେ ଗିରଫ 

ସାଲେପୁର, ୨୬/୧୦/୨୦୨୪ (ଓଡିଶା ସମାଚାର /ଅଭୟ ଜେନା )- ଦୀପାବଳି ଉପଲକ୍ଷେ ବିଭିନ୍ନ ସ୍ଥାନରେ ବିନା ଲାଇସେନ୍ସରେ ତଥା ବେଆଇନ ବାଣ କାରବାରବୃଦ୍ଧି ପାଇଛି । ଏଥିନେଇ ବେଆଇନ ବାଣ ପ୍ରସ୍ତୁତକର୍ତ୍ତା ଙ୍କ ଉପରେ ପୋଲିସ ଚଢ଼ାଉ ଜାରିରହିଛି ।  କଟକ ଜିଲ୍ଲା ସାଲେପୁର ଥାନା ବୋଦାମୁଣ୍ଡାଇ ନଙ୍ଗଳଧୁଆ ଗ୍ରାମରେ ଏଭଳି ଚଢାଉ କରିଛି ।  କୌଣସି ସୂତ୍ରରୁ ଖବର ପାଇ  ଗ୍ରାମର ଗଙ୍ଗାଧର ବେହେରା ଙ୍କ ଘର ଉପରେ  ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ବେଆଇନ ବାଣ ସହ ବାରୁଦ ଓ ବାଣ ପ୍ରସ୍ତୁତ ସାମଗ୍ରୀକୁ ଜବତ କରିଛି । ତାଳଫୋଟକ,  ସୁତୁଲି, ଗଡମା ଓ ବାଣ ପ୍ରସ୍ତୁତ ପାଇଁ ବ୍ୟବହୃତ ହେଉଥିବା ବିସ୍ଫୋରକ ସାମଗ୍ରୀକୁ ପୋଲିସ ଜବତ କରିଛି । ପୋଲିସ ବାଣୁଆଁ ଗଙ୍ଗାଧର ବେହେରାଙ୍କୁ ଗିରଫ କରି ତଦନ୍ତ କରୁଛି । ଜବତ ବାଣର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *