ସ୍ୱର୍ଗତ ହରିଶ୍ ଗୌରାଙ୍ଗ ଥିଲେ ଜଣେ ସଚ୍ଚୋଟ, ସ୍ପଷ୍ଟବାଦୀ ଶ୍ରମିକ ନେତା ଓ ସମବାୟବିତ୍

ଗରଦପୁର,୨୫/୧୦/୨୦୨୪ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକର ନଡିଆବରାଇ ସ୍ଥିତ ପର୍ଯ୍ୟଟନସ୍ଥଳୀ ଗୋଠେଶ୍ୱର ମହାଦେବଙ୍କ ପୀଠରେ ବିଶିଷ୍ଟ ସମବାୟବିତ ତଥା ଶ୍ରମିକ ବିକାଶ ପୁରୁଷ ସ୍ୱର୍ଗତ ହରିଶ୍ ଗୌରାଙ୍ଗଙ୍କ ଅଷ୍ଟମ ବାର୍ଷିକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସ୍ୱର୍ଗତ୍ ହରିଶ୍ ଗୌରାଙ୍ଗଙ୍କ ପ୍ରତିମୂର୍ତିରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ହରିଶ୍ ଗୌରାଙ୍ଗ ସ୍ମୃତି କମିଟି ଆନୁକୂଲ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ସ୍ମୃତି କମିଟିର ସଭାପତି ସମାଜସେବୀ ଶ୍ରୀକାନ୍ତ ନାୟକ ସଭାପତିତ୍ୱ କରିଥିଲେ । ସଭା ପ୍ରାରମ୍ଭରେ ସ୍ୱର୍ଗତ୍ ହରିଶ ଗୌରାଙ୍ଗଙ୍କ ବିଦେହୀ ଆତ୍ମାର ସଦଗତି ନିମନ୍ତେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲାବେଳେ ଇଂ. ବଂଶୀଧର ସାମଲ ଗୀତା ପାଠ କରିଥିଲେ । ସ୍ମୃତିକମିଟି ସଂପାଦକ ମହେନ୍ଦ୍ର କୁମାର ପଟ୍ଟନାୟକ ସ୍ୱର୍ଗତ୍ ଗୌରାଙ୍ଗଙ୍କ ସଂଘର୍ଷମୟ ଜୀବନୀ ଏବଂ ସ୍ମୃତି କମିଟିର କାର୍ଯ୍ୟକାରିତା ଉପରେ ସୂଚନା ଦେଇଥିଲେ । ଏହି ସ୍ମୃତିସଭାରେ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ହରିଶ୍ ବାବୁଙ୍କୁ ଜଣେ ସଚ୍ଚୋଟ, ସ୍ପଷ୍ଟବାଦୀ, ଗାନ୍ଧୀବାଦୀ, କର୍ତବ୍ୟନିଷ୍ଠ, ବିଚକ୍ଷଣ ରାଜନୀତିଜ୍ଞ, ସମବାୟବିତ୍ ଓ ଶ୍ରମିକ ନେତା ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଏହି ସଭାରେ କେନ୍ଦ୍ରାପଡା ଜିଲ୍ଲା ପ୍ରତିଭା ପୂଜା ସଂସଦର ସଭାପତି ପ୍ରଦିପ କୁମାର ମହାନ୍ତି, କେନ୍ଦ୍ରାପଡା କ୍ରେଡିଟ୍ କୋଅପରେଟିଭ ସୋସାଇଟ୍ ର ସଭାପତି ପ୍ରମୋଦ କୁମାର ସାହୁ, ଗାୟକ ଭୂଷଣ ଗୋପବନ୍ଧୁ ନାଥ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ମଦନମୋହନ ସାମଲ, ଭଗବାନ ବାରିକ, ଅବସରପ୍ରାପ୍ତ ପ୍ରାଧ୍ୟାପକ ସୀତାକାନ୍ତ ମହାନ୍ତି, ପ୍ରାଧ୍ୟାପକ ଡ. ଶଶୀକାନ୍ତ ନାୟକ, ଭୁବନ କୁମାର ଜେନା, ନୃସିଂହ ଚରଣ ମହାନ୍ତି, ଅମୀୟ କୁମାର ପରିଜା, କୈଳାସ ଚନ୍ଦ୍ର ପଟ୍ଟନାୟକ, ସୀତାକାନ୍ତ ନାୟକ, ରମଣୀ ରଂଜନ ରାଉତରାୟ, ଗୟାଧର ଧଳ, ସୁଦର୍ଶନ ମାହାଳି, ଲୋକନାଥ ରାଉତ, ଆଦିକନ୍ଦ ରାଉଳ, ଶିଶୁକବି କରୁଣାକର ନାୟକ, ନଡିଆବରାଇ ସରସ୍ୱତୀ ଶିଶୁ ମନ୍ଦିର ପ୍ରଧାନଶିକ୍ଷକ ପ୍ରିୟବ୍ରତ ପରିଜା ପ୍ରମୁଖ ସ୍ୱର୍ଗତ ଗୌରାଙ୍ଗଙ୍କ ସ୍ମୃତିଚାରଣ କରିଥିଲାବେଳେ ଆଶୁକବି ନରେଶ ଚନ୍ଦ୍ର ମହାନ୍ତି ହରିଶ୍ ଗୌରାଙ୍ଗଙ୍କ ଜୀବନୀ ଉପରେ କବିତା ପାଠ କରିଥିଲେ । ଏହି ଅବସରରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ହରିଶ୍ ଗୌରାଙ୍ଗଙ୍କ ଜୀବନୀ ଉପରେ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲାବେଳେ ନଡିଆବରାଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା କୃତୀ ଛାତ୍ରୀଙ୍କୁ ପୁରସ୍କାର ସହିତ ଅର୍ଥରାଶି ପ୍ରଦାନ କରାଯାଇଥିଲା । ସ୍ମୃତିକମିଟିର କାର୍ଯ୍ୟକାରୀ ସଭାପତି ସମବାୟବିତ୍ ପ୍ରମୋଦ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲାବେଳେ ନଡିଆବରାଇ ଗ୍ରାମବାସୀ ଏବଂ ବ୍ଲକ୍ ର ସମସ୍ତ ସମବାୟ ସମିତି ସଂପାଦକ ଓ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *