କଟକ,୦୬/୦୯/୨୦୨୬ (ଓଡ଼ିଶା ସମାଚାର/ ଦେବାଶିଷ ରଥ)- ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତା ଏବଂ ଜାତୀୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ସୁନୀଲ ବଂସଲ ଙ୍କ ମାର୍ଗଦର୍ଶନରେ କଟକ ଜବାହାରଲାଲ୍ ନେହରୁ ଇନଡୋର ଷ୍ଟାଡିୟମ୍ରେ ଅନୁଷ୍ଠିତ ଦୁଇ ଦିନିଆ ପରିବର୍ଦ୍ଧିତ ରାଜ୍ୟ କାର୍ୟ୍ୟକାରିଣୀ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ଦ୍ୱୟ କେ.ଭି.ସିଂହଦେଓ ଓ ପ୍ରଭାତୀ ପରିଡା ଏବଂ ଦଳର ବରିଷ୍ଠ ନେତୃବୃନ୍ଦଙ୍କ ସମେତ ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ସାଙ୍ଗଠନିକ ପ୍ରତିନିଧିମାନେ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଏବଂ ଏହାର କାର୍ୟ୍ୟକାରିତା ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।

ଦୁଇ ଦିନିଆ ପରିବର୍ଦ୍ଧିତ ରାଜ୍ୟ କାର୍ୟ୍ୟକାରିଣୀର ଦ୍ୱିତୀୟ ଦିନରେ ରାଜନୈତିକ ଚିଠା ପ୍ରସ୍ତାବ ଆଗତ ହୋଇଥିଲା । ପ୍ରତିକୁଳ ପରିସ୍ଥିତିରେ ଭାରତବର୍ଷର ଆର୍ଥିକ ଅଭିବୃଦ୍ଧି ୭.୮ ପ୍ରତିଶତ ହାରରେ ବୃଦ୍ଧି ପାଉଥିବାବେଳେ ବିରୋଧୀ ଦଳଗୁଡିକ ଅପପ୍ରଚାର କରୁଛନ୍ତି । ସଂସଦରେ ମହିଳା ଆରକ୍ଷଣ ବିଲ୍କୁ ବିରୋଧ କରି କଂଗ୍ରେସ ଓ ବିରୋଧୀଦଳମାନେ ତାଙ୍କ ମହିଳା ବିରୋଧୀ ମନୋଭାବକୁ ସ୍ପଷ୍ଟ ଭାବେ ପ୍ରକାଶିତ କରିଛନ୍ତି । ରାଜ୍ୟରେ ଏମ୍ଏମ୍ଡ଼ିଆର୍ ସଂଶୋଧନକୁ ଉଭୟ କଂଗ୍ରେସ ଏବଂ ବିଜେଡି ବିରୋଧ କରି ଭ୍ରମାତ୍ମକ ତଥ୍ୟ ଦେଇ ପ୍ରଚାର କରୁଛନ୍ତି । ଓଡ଼ିଶାରେ ଚଳିତବର୍ଷ ବ୍ୟାପକ ବନ୍ୟାକୁ ନେଇ ବିଜେଡି ତୁଚ୍ଛ ରାଜନୀତି କରୁଛି।
ଦେଶ ଓ ରାଜ୍ୟର ସାମ୍ପ୍ରତିକ ସ୍ଥିତିରେ ଉଭୟ କଂଗ୍ରେସ ଓ ବିଜେଡି ଦଳର ଆଚରଣ ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଯାହାକୁ ଆଜିର ଏହି କାର୍ୟ୍ୟକାରିଣୀରେ ଦୃଢ଼ଭାବେ ନିନ୍ଦା କରାଯାଇ ରାଜନୈତିକ ଚିଠା ପ୍ରସ୍ତାବ ଆଗତ କରାଯିବା ସହିତ ପାରିତ କରାଯାଇଛି । ଆଗାମୀ ଦିନରେ ‘ସେବା ସଂକଳ୍ପ ଅଭିଯାନ’କୁ ବୁଥ୍ ସ୍ତରରେ ପହଞ୍ଚାଇବା ଏବଂ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକୁ ଘରେ ଘରେ ପହଞ୍ଚାଇବା ପାଇଁ ଏହି ବୈଠକରେ ବ୍ୟାପକ ରଣନୀତି ପ୍ରସ୍ତୁତ କରାଯାଇଛି।
ବିକଶିତ ଓଡ଼ିଶା ଗଠନର ସଂକଳ୍ପକୁ ନେଇ ଆମେ ସମସ୍ତେ ଏକାଠି ଆଗକୁ ବଢ଼ୁଛୁ। ବିଜେପିର ମୂଳମନ୍ତ୍ର ହେଉଛି ସେବା ଭାବ । ସାଧାରଣ କାର୍ୟ୍ୟକର୍ତ୍ତା ଭାବେ ସାଧାରଣ ଲୋକଙ୍କ ପାଇଁ ମନ ପ୍ରାଣ ଦେଇ କାର୍ୟ୍ୟ କରିବା । ସମାଜର ଶେଷ ସୋପନରେ ଥିବା ବ୍ୟକ୍ତିପାଖରେ ପହଂଚି ତାଙ୍କୁ ସେବା, ସୁବିଧା ଓ ମୌଳିକ ଅଧିକାର ପ୍ରଦାନ କରିବା ହେଉଛି ମୂଳ ଲକ୍ଷ୍ୟ । ଯେଉଁ ରାଜ୍ୟମାନଙ୍କରେ ବିଜେପି ଥରେ ଶାସନ ଦାୟିତ୍ୱରେ ଆସିଛି, ଏହି ସେବା ମନୋଭାବ କାରଣରୁ ସେହି ରାଜ୍ୟବାସୀମାନେ ବାରମ୍ବାର ବିଜେପିକୁ ଶାସନ ଦାୟିତ୍ୱ ପ୍ରଦାନ କରିଛନ୍ତି ବୋଲି ରାଷ୍ଟ୍ରୀୟ ସାଧାରଣ ସଂପାଦକ ବି.ଏଲ.ସନ୍ତୋଷ କହିଛନ୍ତି ।
ଆଗାମୀ ପଂଚାୟତ, ନଗରପାଳିକା ଓ ସମବାୟ ନିର୍ବାଚନରେ ଲୋକଙ୍କ ସହ ଛିଡା ହେବା ସହିତ କଠିନ ପରିଶ୍ରମ କରି ଲୋକଙ୍କ ଆସ୍ଥାଭାଜନ ହେବାକୁ ସେ କହିଛନ୍ତି।
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି, ମନ୍ତ୍ରୀ, ସାଂସଦ ଓ ବିଧାୟକ, ରାଜ୍ୟ ପଦାଧିକାରୀ ଏବଂ ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟମାନେ ଉପସ୍ଥିତ ଥିଲେ ।
