ବାଲିଗୁଡା,୨୪/୧୦/୨୦୨୪ (ଓଡ଼ିଶା ସମାଚାର)- ସ୍ଥାନୀୟ ସଭାଗୃହଠାରେ ନିଜ ଅଂଚଳରେ ନିଃସ୍ୱାର୍ଥପର ସମାଜସେବା ପ୍ରଦାନ କରିଥିବା ଗ୍ରାମ୍ୟଗୋଷ୍ଠି ନେତୃତ୍ୱ ବୃନ୍ଦଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଓଡିଶା ଲୋକମଂଚ ଆୟୋଜନରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥୀ ଭାବେ ବିଧାୟକ ଚକ୍ରମଣି କହଁର,ସମ୍ମାନିତ ଅତିଥୀ ଭାବେ ବିଜେପିର ଜିଲାସଭାପତି ଜଗନ୍ନାଥ ସାହୁ,ବିଡିଓ ଅଚୁ୍ୟତାନନ୍ଦ ଜାନୀ,ଅତିରିକ୍ତ ଜିଲାପାଳ ଧିରଜ ପାତ୍ର,ଏସିଏଫଓ ମନୋରଂଜନ ବାଘ, ଓଡିଶା ଲୋକମଂଚର ୟୁନିଟ ହେଡ ବ୍ଲାଶିଷ୍ଟ, ଲୋକମଂଚର ସଂଯୋଜକ ଜୟନ୍ତ କୁମାର ପାତ୍ର,ସାହାରର ଶୁକାନ୍ତ ନାୟକ,ହାଇହୋପର ସମ୍ପାଦକ ଲିଙ୍ଗରାଜ ପ୍ରଧାନ.ଉଲ୍ଲାଶ ଚନ୍ଦ୍ର ମୁଦୁଲି,ପିଏଜିର ଆବାହକ ହରିଶଙ୍କର ରାଉତ ପ୍ରମୁଖ ମଂଚାସୀନ ଥିବା ବେଳେ ସ୍ୱାଗତ ଭାଷଣ ଓ ଅତିଥୀ ପରିଚୟ ଶାନ୍ତିମୈତ୍ରୀର ସମ୍ପାଦକ ଭଗବାନ ଜେନା କରିଥିଲେ । ଏଥିରେ ସରକାରଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ଗ୍ରାମଲୋକଙ୍କୁ ନେଇ ବେସରକାରୀ ଅନୁଷ୍ଠାନ ମାନଙ୍କ ଦ୍ୱାରା ଲୋକଙ୍କ ପାଖରେ ସମସ୍ତ ଯୋଜନା ପହଂଚାଇବା ଓ ଅବହେଳିତ ଲୋକଙ୍କ ନିମନ୍ତେ ଜୀବନଜିବିକା ପରିବର୍ତନ ପାଇଁ ଏହି ଅନୁଷ୍ଠାନ ଗୁଡାକ ବହୁତ କାର୍ଯ୍ୟ କରିଛନ୍ତି ଓ ଗ୍ରାମର ଅଂଚଳର ବିକାଶ ନିମନ୍ତେ ଗ୍ରାମର କିଛି ବ୍ୟକ୍ତ ବିଶେଷ ଯେଉଁମାନେ ଗ୍ରାମର ଲୋକଙ୍କ ପାଇଁ ଗତ ୯ବର୍ଷଧରି କାର୍ଯ୍ୟ କରିଆସୁଛନ୍ତି ସେମାନଙ୍କୁ ଆଗକୁ ନେବାକୁ ପ୍ରୟାସ କରିଛନ୍ତି , ଆଗକୁମଧ୍ୟ କରିବେ । ସେହିଭଳି ବ୍ୟକ୍ତବିଶେଷଙ୍କୁ ସମ୍ମାନିତ କରିବା ସହ ପୁରଷ୍କୃତ କରାଯାଇଛି ।ଶାନ୍ତିମୈତ୍ରୀ ବାଲିଗୁଡା,ହାଇହୋପ ସୋସାଇଟି କୃତମଗଡ,ଓସିଅ୍ଧବ ତୁମୁଡିବନ୍ଧ ଓ ସାହାରା ରାଇକିଆ ଅନୁଷ୍ଠାନ ମିଳିତ ଉଦ୍ୟମରେ ଏହି କାର୍ଯ୍ୟକ୍ରମ ହୋଇଯାଇଛି ।