କଟକ ସଦର, ୨୩/୧୦/୨୦୨୪ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): ଏକ ବେସରକାରୀ ଅର୍ଥ ଲଗାଣକାରୀ ସଂସ୍ଥା ଭାରତ ଫାଇନାନ୍ସ ରେ ଋଣ ଆଦାୟକାରୀ କର୍ମଚାରୀ ଭାବେ କାର୍ଯ୍ୟରତ ଥିବା ସାଲେପୁର ଥାନା ଅନ୍ତର୍ଗତ ରାଇସୁଙ୍ଗୁଡାର ବ୍ରଜ କିଶୋର ପ୍ରଧାନ ଙ୍କ ଝିଅ ସାଲୁ ଓରଫ ସ୍ଥିତି ପ୍ରଜ୍ଞା ପ୍ରଧାନ ଆଜି ବୁଧବାର ପୂର୍ବାହ୍ନରେ କନ୍ଦରପୁର ଥାନା ଅନ୍ତର୍ଗତ ଫକିରପଡା ଠାରେ ଥିବା ଅଫିସ ରୁ ନିଜ ସ୍କୁଟି ଯୋଗେ ୠଣ ଆଦାୟ କରିବାକୁ ଆସି କିଶନନଗର ଥାନା ଅନ୍ତର୍ଗତ ଅରିଲୋ ଭୁଆସୁଣୀ ପଡିଆ ମଶାଣି ନିକଟରେ ଗଛରେ ନିଜ ଓଢଣି ଲଗାଇ ଝୁଲି ପଡି ମୃତ୍ୟୁ ବରଣ କରିଥିବା ଦେଖାଯାଇଛି। ହେଲେ ପାରିପାର୍ଶ୍ବିକ ଅବସ୍ଥିତିକୁ ଦେଖିଲେ ଯେ କେହି କହିପାରିବ ଯେ ଏହା ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି।ଏ ସମ୍ପର୍କରେ ମୃତକାଙ୍କ ବାପା ଏହା ହତ୍ୟାକାଣ୍ଡ ବୋଲି ଦର୍ଶାଇ ଥାନାରେ ଏତଲା ଦେବା ପରେ ଘଟଣା ଭିନ୍ନ ମୋଡ ନେଇଛି। ଘଟଣା ସ୍ଥଳକୁ ସାଇଣ୍ଟିଫିକ ଟିମ୍ ସହ ମାଜିଷ୍ଟ୍ରେଟ ପହଞ୍ଚି ଶବକୁ ଉଧାର କରି ପୋଷ୍ଟମର୍ଟମ ପାଇଁ ପଠାଇ ଏକ ହତ୍ୟା ମାମଲା ରୁଜୁ ସହ ତଦନ୍ତ ଚଳାଇଥିବା ଥାନା ଅଧିକାରୀ ସୁମନ୍ତ କିସାନ ଙ୍କ ଠାରୁ ଜଣାପଡିଛି।