ଯାଜପୁର, ୨୨/୧୦/୨୦୨୪ (ଓଡ଼ିଶା ସମାଚାର/ ସୁରେଶ କର ) : ଭାରତ ସରକାର ଦ୍ଵାରା ପରିୠଳିତ ଆୟଷ୍ମାନ ଆରୋଗ୍ୟ ଶିବିର କାର୍ଯକ୍ରମ ଜରିଆରେ ଆଜି ସାହାସପୁର ଆରୋଗ୍ୟ ମନ୍ଦିରଠାରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଟିତ ହୋଇଯାଇଛି। ଶତାଧିକ ରୋଗୀ ମାନଙ୍କର ମାଗଣାରେ ରକ୍ତ ପରୀକ୍ଷା ସହ ଔଷଧ ପ୍ରଦାନ କରାଯାଇଥିଲା। ସୁଜନପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଆୟୁଷ ଡାକ୍ତର ସଞ୍ଜୟ କୁମାର ଦାସ ରୋଗୀ ମାନଙ୍କ ଚିକିତ୍ସା କରି ଔଷଧ ପ୍ରଦାନ କରିଥିଲେ । କେନ୍ଦ୍ରର ସିଏଚଓ ସ୍ମୃତିବାଳା ଜେନା , ଏଏନଏମ କଳ୍ପନା ମାନସୀ ଙ୍କ ସହ ପଂଚାୟତର ସମସ୍ତ ଆଶା ଉପସ୍ଥିତ ରହି ସହଯୋଗ କରିଥିଲେ ।