ସେଲ୍ସ ରିପ୍ରେଜେଣ୍ଟେଟିଭଙ୍କ ସମସ୍ୟା ନେଇ ବିକ୍ଷୋଭ

ରାଉରକେଲା,୨୨/୧୦/୨୦୨୪ (ଓଡ଼ିଶା ସମାଚାର /ସସ୍ମିତା ପ୍ରଧାନ )- ବହୁରାଷ୍ଟ୍ରୀୟ ଭାରତୀୟ ଫାର୍ମାସ୍ୟୁଟିକାଲ କମ୍ପାନୀରେ କାମ କରୁଥିବା ସେଲ୍ସ ରିପ୍ରେଜେଣ୍ଟେଟିଭଙ୍କ ସମସ୍ୟା ନେଇ ସୋମବାର ଓଡିଶା ସେଲ୍ସ ରିପ୍ରେଜେଣ୍ଟେଟିଭ ୟୁନିୟନ ରାଉରକେଲା ଅତିରିକ୍ତ ଜିଲାପାଳଙ୍କୁ ଫେରାଦ ହୋଇଛି। ଏଥିସହ କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ବହୁରାଷ୍ଟ୍ରୀୟ ଓ ଭାରତୀୟ ଫାର୍ମାସ୍ୟୁଟିକାଲ ମେଡିସିନ କମ୍ପାନୀରେ ସେଲ୍ସ ରିପ୍ରେଜେଣ୍ଟେଟିରମାନଙ୍କ ଛଟେଇ ହେଉଛି । ଫଳରେ ହଜାର ହଜାର କର୍ମଚାରୀ ଚାକିରି ହରାଉଛନ୍ତି। ଏଥିସହ ଲାଗୁ ହୋଇଥିବା ସେବା ସର୍ତାବଳୀ ହଟାଇ ଡିଜିଟାଲ ନୂତନ କାର୍ୟ୍ୟ ନିୟମାବଳୀ ଲାଗୁ କରାଯାଇଛି। ଏହାଦ୍ବାରା କମ୍ପାନୀଗୁଡିକର ପ୍ରତିନିଧôମାନେ ସେଲ୍ସ ରିପ୍ରେଜେଣ୍ଟେଟିରମାନଙ୍କୁ ମନମୁଖô ଛଟେଇ କରୁଛନ୍ତି ବୋଲି ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ତେଣୁ ସେବା ସର୍ତ ଅଧôନିୟମ ୧୯୭୬କୁ ଉଲଂଘନ କରୁଥିବା ନିୟୋକ୍ତାମାନଙ୍କ ବିରୁଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ମାରକପତ୍ରରେ ଦାବି କରାଯାଇଛି। ବିକ୍ଷୋଭ ପ୍ରଦର୍ଶନ ଏବଂ ସ୍ମାରକପତ୍ର ପ୍ରଦାନ କାର୍ୟ୍ୟକ୍ରମରେ ୟୁନିୟନର ଜିଲା ସମ୍ପାଦକ ଯଶୋବନ୍ତ ବେହେରା, ସଭାପତି ଜୟମିତ ଅଜମେରା, ଉପ ସଭାପତି ନିହାର ସାମନ୍ତରାୟ, ସମ୍ପାଦକ ଲଳିତ ସ୍ବାଇଁ, ମିର୍ଦ୍ଦେଶ ସ୍ବାଇଁଙ୍କ ସମେତ କୃଷ୍ଣଚନ୍ଦ୍ର ଛୋଟରାୟ, ମୁକେଶ ମିଶ୍ର, ମନୋରଞ୍ଜନ ମହାନ୍ତି ପ୍ରମୁଖ କର୍ମକର୍ତା ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *