କେନ୍ଦ୍ର ଆଦିବାସୀ ବିଭାଗ ମନ୍ତ୍ରୀଙ୍କୁ ସ୍ମାରକପତ୍ର

ରାଉରକେଲା,୨୧/୧୦/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ପୁର୍ବତଟ ରେଳବାଇ ଅଧୀନରେ ରାଉରକେଲା ଠାରେ ଏକ ନୂତନ ରେଳବାଇ ଡିଭିଜନ ଖୋଲିବା ପାଇଁ  ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ପତ୍ର ଲେଖି ଦୃଢ ଦାବି କରିଥିବାରୁ ରାଉରକେଲା ବିକାଶ ମଞ୍ଚର ଆବାହକ ଡକ୍ଟର ସୁମନ ଦତ୍ତ ତଥା ରେଳ ଓ ସଡକ ଉପଭୋକ୍ତା ସଂଘର ସଭାପତି ଅମୂଲ୍ୟ ଚରଣ ବରାଳଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଶ୍ରୀ ଓରାମଙ୍କୁ ଅଭିନନ୍ଦନ ଜଣାଇବା ସହ ତାଳଚେର – ବିମଳାଗଡ଼ ରେଳପଥ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ଅନୁରୋଧ କରିଥିଲେ l ଏହା ଛଡ଼ା ରାଉରକେଲା ସହର ସହ ସମଗ୍ର ସୁନ୍ଦରଗଡ଼ ଜିଲ୍ଲାର ଉନ୍ନତି ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ ଯେଉଁଥିରେ – ରାଉରକେଲା ବିମାନ ବନ୍ଦରରେ ଆଇଏଲଏସ ସ୍ଥାପନ ସହ ୪ସି ଲାଇସେନ୍ସ ପ୍ରଦାନ କରି ବାଙ୍ଗାଲୋର ଓ ଦିଲ୍ଲୀକୁ ବିମାନ ସେବା ସମ୍ପ୍ରସାରଣ କରିବା , ରାଉରକେଲା ସରକାରୀ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ପରିଣତ କରାଇବା, ସହରର ବାହାରେ ଆଉ ଏକ ଆଉଟର ରିଂରୋଡ଼ ସହ ପାର୍ଶ୍ଵବର୍ତ୍ତୀ ଅଂଚଳକୁ ମିଶାଇ  ମହାନଗର ନିଗମକୁ ବୃହତ୍ତର ମହାନଗର ନିଗମରେ ପରିବର୍ତ୍ତିତ କରାଇବା, ଇଏସଆଇ ମେଡ଼ିକାଲ କଲେଜ ଓ ହସ୍ପିଟାଲର ଶୁଭାରମ୍ଭ କରାଇବା ,ଆଇଟି ପାର୍କ, ଏଫଏମସିଜି ପାର୍କ, ଟେକ୍ସଟାଇଲ ପାର୍କ ଓ ୱାଟର ପାର୍କର ସ୍ଥାପନା, ସ୍ପୋର୍ଟସ୍ ଓ ଫିଜିକାଲ ଏଜୁକେସନ ବିଶ୍ୱବିଦ୍ୟାଳୟର ଆରମ୍ଭ ଆଦି ବିଷୟରେ ସରକାରୀ ସ୍ତରରେ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି l ସୁନ୍ଦରଗଡ଼ ଜିଲ୍ଲାର ଉନ୍ନତି ପାଇଁ ଏହି ସବୁ ବିଷୟରେ ବିଭାଗୀୟ ଅଧିକାରୀଙ୍କ ସହ ପରାମର୍ଶ କରି ଉପଯୁକ୍ତ ପଦକ୍ଷେପ ନେବେ ବୋଲି ଶ୍ରୀ ଓରାମ ପ୍ରତିଶୃତି ଦେଇଥିଲେ l ପ୍ରତିନିଧି ଦଳରେ ପଶୁପତି ଚାଟାର୍ଜି,ଉପେନ୍ଦ୍ର ନାୟକ, ଅଭୟ ଦାସ, ସୁପ୍ରତୀକ ମିଶ୍ର, ଉତ୍ତମ କୁମାର ସାମଲ,ହରିହର ବେହେରା, ଆର୍ତ ମହାରଣା, ସଂଜୀବ ମହାନ୍ତି, କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *