ଶାସ୍ତ୍ରବିତ ଦୋଳଗୋବିନ୍ଦଙ୍କ ବିୟୋଗରେ ଶୋକ

ମାହାଙ୍ଗା ୧୦/୦୪/୨୦୨୪(ଓଡିଶା ସମାଚାର /ଅଭୟ ଜେନା)- କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁହୁଣ୍ଡା ଗ୍ରାମର ସୁବିଖ୍ୟାତ ଜ୍ୟୋତିଷ ଶାସ୍ତ୍ରବିତ ପଣ୍ଡିତ ଦୋଳଗୋବିନ୍ଦ ଦାସଙ୍କ ୭୨ ବର୍ଷ ବୟସରେ ପରଲୋକ ଘଟିଛି ।ଜ୍ୟୋତିଷଶାସ୍ତ୍ର,ବାସ୍ତୁ ଶାସ୍ତ୍ର, ଏବଂ ଶରୀରଭେଦ ଓ ବିଭିନ୍ନ ଶାସ୍ତ୍ରରେ ତାଙ୍କର ବେଶ ପାରଦର୍ଶିତା ଥିବାରୁ, ଏହାକୁ ସେ ସମାଜ କଲ୍ୟାଣ କ୍ଷେତ୍ରରେ ବିନିଯୋଗ କରି ସମସ୍ତଙ୍କ ପ୍ରିୟପାତ୍ର ହୋଇପାରିଥିଲେ । ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଆଧ୍ୟାତ୍ମିକ ପୁରୁଷଙ୍କ ଦେହାନ୍ତ ହୋଇଯାଇଛି । ସ୍ବର୍ଗତ ଦାସଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକରଛାୟା ଖେଳି ଯାଇଛି । ବୁଧବାର ସକାଳୁ ବହୁ ଶୁଭେଛୁ,ବଂଧୁ ଆତ୍ମୀୟ ସ୍ୱଜନ ତାଙ୍କ କୁହୁଣ୍ଡା ବାସଭବନରେ ପହଂଚି ମର ଦେହରେ ପୁଷ୍ପାର୍ଘ୍ୟ ଅର୍ପଣ କରିବା ସହିତ, ଶୋକାତୁରା ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ହିନ୍ଦୁ ରୀତି ନୀତି ଅନୁଯାୟୀ ସ୍ବର୍ଗତ ଦାସଙ୍କ ପାର୍ଥିବ ଶରୀରକୁ ଏକ ଶୋଭାଯାତ୍ରାରେ ଗ୍ରାମ୍ୟ ପରିକ୍ରମା କରାଯିବା ପରେ ନିକଟସ୍ଥ ବିରୂପା ନଦୀ ତଟରେ ଦିବଂଗତ ପୁରୁଷ ଜ୍ୟୋତିର୍ବିତ ଦୋଳଗୋବିନ୍ଦ ଙ୍କୁ ସମାଧି ଦିଆଯାଇଥିଲା । ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ଅଖିଳେଶ ମହାନ୍ତି ସ୍ବର୍ଗତ ଦାସଙ୍କ ମର ଦେହକୁ କାନ୍ଧ ଦେବା ଦେଖିବାକୁ ମିଳିଥିଲା । ଯାଦବ ସଂଘର ଉପଦେଷ୍ଟା ରବୀନ୍ଦ୍ର ନାଥ ଦାସ, ପୂର୍ଣ୍ଣାନନ୍ଦ ମହାନ୍ତି, ବାବାଜୀ ମହାନ୍ତି, ଚନ୍ଦ୍ରମଣି ଦାଶ, ହେମନ୍ତ ପ୍ରଧାନ, ମୂଷିବର ପଲେଇ, ସୁଜୟ ଦାସ, ସୁଧୀର ମହାନ୍ତି, ଚନ୍ଦ୍ରମଣି ମହାନ୍ତି, ଜଗନ୍ନାଥ ମହାନ୍ତି,ନୃସିଂହ ସାମଲ, ଇନ୍ଦ୍ରମଣି ମହାନ୍ତି,ଅଚ୍ୟୁତାନନ୍ଦ ପଲେଇ, ରବୀନ୍ଦ୍ର ପୃଷ୍ଟି, ବିଭୁତି ଭୂଷଣ ଦାସ, ବିଶ୍ୱଜିତ ମହାନ୍ତି, ସଚିତ୍ର ମହାନ୍ତି, ବିଚିତ୍ର ମହାନ୍ତି, ମନ୍ଦରଧର ମହାନ୍ତି, ଅକ୍ଷୟ ମହାନ୍ତି, ଜୟଦେବ ମହାନ୍ତି,ସୁଶାନ୍ତ ଦାସ, ନବକିଶୋର ବେହେରା, ଅଦୈତ ସାହୁ, ସିଦ୍ଧେଶ୍ୱର ବେହେରା, ସୁମନ୍ତ ପଲେଇ, କାଳନ୍ଦୀ ପଲେଇ ଏବଂ ପରିବାରବର୍ଗ ସ୍ବର୍ଗତ ଦାସଙ୍କ ଶବାଧାରରେ ସାମିଲ ହୋଇଥିଲେ । ଜଣେ ପରୋପକାରୀ, ସ୍ନେହୀ, ମିଷ୍ଟଭାଷୀ ଏବଂ ଧର୍ମପ୍ରାଣ ବ୍ୟକ୍ତିଙ୍କ ବିୟୋଗ ଘଟଣା , ମାହାଙ୍ଗା ଅଞ୍ଚଳପାଇଁ ଅପୂରଣୀୟ କ୍ଷତି ବୋଲି, ବହୁ ବୁଦ୍ଧିଜୀବୀ ତଥା ବରିଷ୍ଠ ନାଗରିକ ମାନେ ଶୋକ ବାର୍ତ୍ତାରେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *