ଜୁନାଗଡ଼, ୨୦/୧୦/୨୦୨୪ (ଓଡ଼ିଶା ସମାଚାର /ରାକେଶ ବେମାଲ) – କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ବରିଷ୍ଠ ନାଗରିକ ସଂଗଠନ ର ତୃତୀୟ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ନାଗରିକ ସଂଗଠନ ର ସଭାପତି ଈଶ୍ୱର ପୁଝାରୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ସଭା ରେ ମୁଖ୍ୟ ଅତିଥି ଭାବେ ଜୁନାଗଡ଼ ଥାନାଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ବରିଷ୍ଠ ନାଗରିକ ସଂଗଠନ ର ସାଧାରଣ ସମ୍ପାଦକ ଭାରତ ଭୂଷଣ ଚଲାନ, ଜିଲ୍ଲା କୋଷାଧ୍ୟକ୍ଷ ସନ୍ତୋଷ ଦାଶ, ଉପଦେଷ୍ଟା ଅଭିମନ୍ୟୁ ପଣ୍ଡା, ବରିଷ୍ଠ ଓକିଲ ତଥା ସିଟିଜେନ ଫୋରମ ସଭାପତି ଅଶୋକ କୁମାର ପାତ୍ର, କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିଅନ ସାଧାରଣ ସମ୍ପାଦକ ସନ୍ତୋଷ କୁମାର ସିଂହଦେଓ, ଉପଦେଷ୍ଟା ବିଜୟ ବେହେରା, ଉପଦେଷ୍ଟା, ରାଧେଶ୍ୟାମ ପଣ୍ଡା, ଶ୍ରୀବତ୍ସ ମେହେର, କୋଷାଧ୍ୟକ୍ଷ ଦିଲୀପ ମେହେର, ସମ୍ପାଦକ ଭୁବନେଶ୍ୱର ସାହୁ, ଉପ ସମ୍ପାଦକ ବିମ୍ବାଧର ପ୍ରଧାନୀ ପ୍ରମୁଖ ଯୋଗଦାନ କରିଥିଲେ । ଏହି ଅବସର ରେ ଜୁନାଗଡ଼ ବ୍ଲକ ର ଶତାଧିକ ବରିଷ୍ଠ ନାଗରିକ ଅଂଶଗ୍ରହଣ କରିଥିଲେ । ଉପସ୍ଥିତ ଅତିଥି ମାନେ ବର୍ତମାନ ସମାଜ ରେ ବରିଷ୍ଠ ନାଗରିକ ମାନଙ୍କ ଭୂମିକା ଓ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଅଶୋକ କୁମାର ପାତ୍ର ବରିଷ୍ଠ ନାଗରିକ ମାନଙ୍କୁ ମିଳୁଥିବା ସେବା ଓ ଏହାର ଉପଯୋଗ ଉପରେ ବରିଷ୍ଠ ନାଗରିକ ମାନଙ୍କୁ ଅବଗତ କରି ଥିଲେ । ଏହି ଅବସରରେ ରେ ବରିଷ୍ଠ ନାଗରିକ ମାନଙ୍କୁ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ବରିଷ୍ଠ ନାଗରିକ କାର୍ଡ ପ୍ରଦାନ କରାଯାଇଥିଲା । ସଭା ପରିଚାଳନା ବିମ୍ବାଧର ପ୍ରଧାନୀ କରିଥିବା ବେଳେ ଧନ୍ୟବାଦ ଅର୍ପଣ ସମ୍ପାଦକ ଭୁବନେଶ୍ୱର ସାହୁ କରିଥିଲେ ।