କବିତା ପୁସ୍ତକ ‘ଘାସ ଫୁଲ’ର ତୃତୀୟ୍ ସଂସ୍କରଣ ଲୋକାର୍ପିତ

ଭୁବନେଶ୍ୱର,୨୬/୦୪/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ପୁର୍ବତନ ପ୍ରଶାସକ ତଥା କବି ବିପିନ ପାତ୍ରଙ୍କ କବିତା ପୁସ୍ତକ ‘ଘାସ ଫୁଲ’ର ତୃତୀୟ୍ ସଂସ୍କରଣର ଲୋକାର୍ପଣ ଉତ୍ସବ ପୁର୍ବତନ ପ୍ରଶାସକ ରବି ନାରାୟଣ ନନ୍ଦଙ୍କ ସଭାପତିତ୍ବରେ ସ୍ଥାନିୟ ବୁଦ୍ଧ ମନ୍ଦିର ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇ ଯାଇଛି।

ଲୋକାର୍ପଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଇଷ୍ଟର୍ଣ ମିଡିଆ ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରତ୍ୟେକ ଘରୁ ଓଡ଼ିଆ ଭାଷାର ସୁରକ୍ଷା ଅଭିଯାନ ଆରମ୍ଭ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ।

ଉତ୍ସବରେ ପୁର୍ବତନ ପ୍ରଶାସକ ମନୋରଞ୍ଜନ ପାଣିଗ୍ରାହୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ଶୁଭଶ୍ରୀ ନନ୍ଦ ଯୋଗ ଦେଇଥିଲେ। ପ୍ରଫେସର ଅଜୟ ପଟ୍ଟନାୟକ ସ୍ବାଗତ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ପ୍ରକାଶକ ନମିତା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ଦୁରଦର୍ଶନ ସଞ୍ଚାଳିକା ଅନୁଶୁୟା ସାହୁଙ୍କ ସଞ୍ଜୋଜନା ସମସ୍ତଙ୍କ ମନ ମୋହିଥିଲା।

Leave a Reply

Your email address will not be published. Required fields are marked *