ଭୁବନେଶ୍ୱର,୨୬/୦୪/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଅନୁବାଦ ମାଧ୍ୟମରେ ଓଡ଼ିଆ ସାହିତ୍ୟ ଅନ୍ୟାନ୍ୟ ଭାରତୀୟ ଭାଷାରେ ଆଦୃତ ହୋଇପାରିବ । ସରକାରୀ ଓ ବେସରକାରୀ ସ୍ତରରେ ଅନୁବାଦକୁ ବ୍ୟାପକ ପ୍ରୋତ୍ସାହନ ଆବଶ୍ୟକ । ଆଜି ସନ୍ଧ୍ୟାରେ ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଅନୁଷ୍ଠିତ ‘ସାହିତ୍ୟ ମାସିକୀ’ କାର୍ଯ୍ୟକ୍ରମରେ ସାହିତି୍ୟକା ନମିତା ପାଇକରାୟଙ୍କ ଲିଖିତ ଓ କୃଷ୍ଣ କୁମାର ଅଜନବୀଙ୍କ ଅନୂଦିତ କବିତା ପୁସ୍ତକ ‘ବସ୍ତି’ର ଲୋକାର୍ପଣ କରି ଅତିଥିମାନେ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ।
ପ୍ରସିଦ୍ଧ କବି ପ୍ରଫେସର ଡ. ସୌଭାଗ୍ୟ କୁମାର ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ପୁସ୍ତକର ପ୍ରକାଶକ ସ୍ୱୟଂସିଦ୍ଧା ପବ୍ଲିକେସନ୍ ପକ୍ଷରୁ ଶ୍ରୀମତୀ ମଧୁସ୍ମିତା ବାଗ୍ ଉପସ୍ଥିତ ଥିଲେ । ଲେଖିକା ଶ୍ରୀମତୀ ପାଇକରାୟ ଲେଖକୀୟ ଅଭିବ୍ୟକ୍ତି ରଖିଥିଲେ । ଅନୁଷ୍ଠାନର ସଭାପତି ଶ୍ରୀ ସୂର୍ଯ୍ୟ ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ଗାଳ୍ପିକ ଶ୍ରୀ ରବି ପଣ୍ଡାଙ୍କ ସହିତ କାର୍ଯ୍ୟକାରୀ ସଭାପତି କବି ଶ୍ରୀ ରକ୍ଷକ ନାୟକଙ୍କ ଆଳାପ ଆଲୋଚନା ଅନୁଷ୍ଠିତ ହୋଇଥିଲା ।
ଶ୍ରୀ ପଣ୍ଡା ସମକାଳୀନ ଓଡ଼ିଆ ଗଳ୍ପର ଧାରା ଓ ଧରା, ସାହିତ୍ୟର ପାଠକ ଓ ଗ୍ରାହକ, ପ୍ରକାଶନ ସମସ୍ୟା ଇତ୍ୟାଦି ପ୍ରସଙ୍ଗ ସହିତ ନିଜ କଥାଯାତ୍ରାର ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ପବିତ୍ର ମୋହନ କର, ପ୍ରଦୀପ୍ତ କୁମାର ବାରିକ, ନନ୍ଦକିଶୋର ବିଶ୍ୱାଳ, ଡ. ସୁଶୀଲ କୁମାର ବାଗ୍ ଓ ଆଭାସ ବରାଳ ପ୍ରମୁଖ ବିଭିନ୍ନ ପ୍ରଶ୍ନ ଉପସ୍ଥାପିତ କରିଥିବାବେଳେ ଶ୍ରୀ ପଣ୍ଡା ସେସବୁର ଉତ୍ତର ରଖିଥିଲେ । ‘ଏ ମାସର କବି’ ଭାବରେ ତରୁଣ କବି ଅଧ୍ୟାପକ ଦିପୁନ ପୁହାଣ ଯୋଗଦେଇ ସ୍ୱରଚିତ କବିତା ପାଠ କରିଥିଲେ ।
ପରେ ଅନୁଷ୍ଠିତ କବିତା ପାଠୋତ୍ସବରେ କବି ମିନତୀ ମିଶ୍ର ଓ ଜୟଶ୍ରୀ ପଟ୍ଟନାୟକ ସଂଯୋଜନା କରିଥିବାବେଳେ ବିଧୁଭୂଷଣ ତି୍ରପାଠୀ, ରଜନୀକାନ୍ତ ପଟ୍ଟନାୟକ, ଆଶୋକ ସିଂହ, ପ୍ରଦୁ୍ୟମ୍ନ ପଟ୍ଟନାୟକ, ଦିଲ୍ଲୀପ ନାୟକ, ଚିତ୍ତରଞ୍ଜନ ବର୍ମା, ପ୍ରବୀଣା ପରିଡ଼ା, ମହେନ୍ଦ୍ର କୁମାର ମଲ୍ଲିକ, ପ୍ରହରାଜ ଜୟ ନାରାୟଣ ନନ୍ଦ, ପବିତ୍ର ମୋହନ ବାରିକ, ମିହିରକାନ୍ତି ଦାସ, ଶୁଭ୍ରାଂଶୁ ଷଡ଼ଙ୍ଗୀ, ଚିନ୍ମୟ ଆଚାର୍ଯ୍ୟ, ସନ୍ତାପ ଜେନା, ହୃଷିକେଶ ମହାରଣା ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଶେଷରେ ଉପସଭାପତି ବିଭୂତି ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।