ଇପ୍ସିତା ମଣ୍ଡଳ ‘ଉତ୍କଳ ଜୈ।ତି’ ସମ୍ମାନରେ ସମ୍ମାନିତ ହୋଇ ଜଗତସିଂହପୁର ଜିଲ୍ଲାର ଗୈ।ରଵ ଆଣିଲେ 

କଟକ ସଦର, ୧୯/୧୦/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଜଗତସିଂହପୁର ଶିକ୍ଷା ଜିଲ୍ଲା ଅନ୍ତର୍ଗତ ଅଯୋଧ୍ୟାପୁର ଠାରେ ଗଢି ଉଠିଥିବା ଅଗ୍ରଣୀ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ୭ମ ଶ୍ରେଣୀ ଛାତ୍ରୀ ଇପ୍ସିତା ମଣ୍ଡଳ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ, ଓଡ଼ିଶା ଦ୍ୱାରା ଭୁବନେଶ୍ଵରର ଠାରେ ଆୟୋଜିତ ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ଦ୍ୱାରା ଉତ୍କଳ ଜୈ।ତି ଓ ଅବଦୁଲ କଲାମ ବିଜ୍ଞାନ ସମ୍ମାନରେ ସମ୍ମାନିତ ହୋଇ ସମଗ୍ର ଜଗତସିଂହପୁର ଜିଲ୍ଲା ପାଇଁ ଗର୍ଵ ଆଣିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଶନିବାର ଦିନ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଅଂଶୁମାନ ଆଚାର୍ଯ୍ୟ ଙ୍କ ପୈ।ରୋହିତ୍ୟରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ପ୍ରତିଷ୍ଠାତା ସଂପାଦକ ହେମନ୍ତ କୁମାର ସାହୁ ଇପ୍ସିତାଙ୍କୁ ଶିଶୁ ମନ୍ଦିର ପକ୍ଷରୁ ସମ୍ବର୍ଦ୍ଧିତ କରିଥିବା ଜଣାଯାଇଛି। ଏଥିରେ ଶିଶୁ ମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା ସହଯୋଗ କରିଥିବା ବେଳେ ଶେଷରେ ଆଚାର୍ଯ୍ୟା ସବିତା ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଇପ୍ସିତା ଙ୍କ ଏଭଳି ସଫଳତା ପାଇଁ ତାଙ୍କ ପିତାମାତା ରାଜେଶ ମଣ୍ଡଳ ଓ ସୁଜାତା ମଣ୍ଡଳ ଶିଶୁ ମନ୍ଦିରକୁ ଶ୍ରେୟ ପ୍ରଦାନ କରିଛନ୍ତି।

Leave a Reply

Your email address will not be published. Required fields are marked *