ଜାନୁଆରୀ ପହିଲାକୁ ପ୍ରାର୍ଥନା ଦିବସ ଭାବେ ପାଳନ କରି ପ୍ରାର୍ଥନା କରିବାକୁ ବିଶ୍ୱ ପ୍ରାର୍ଥନା ଦିବସର ପ୍ରସ୍ତୁତି ବୈଠକରେ ନିବେଦନ

ଭୁବନେଶ୍ୱର,୧୧/୧୨/୨୦୨୩ (ଓଡ଼ିଶା ସମାଚାର)-ବର୍ତମାନ ସମୟରେ ସମାଜ ଏକ ଭୟଙ୍କର ସଙ୍କଟମୟ ଅବସ୍ଥା ଦେଇ ଗତି କରୁଛି । ଅଶାନ୍ତି, ଅରାଜକତା ବିସ୍ତୃତ ଭାବେ ବ୍ୟାପିବା ସହ ପରସ୍ପର ଭିତରେ ଅବିଶ୍ୱାସ ବଢିଚାଲିଛି । ଏହାର ନିରାକରଣ ପାଇଁ ସମୂହ ପ୍ରାର୍ଥନା ଶ୍ରେଷ୍ଠ ଉପାୟ ବୋଲି ପ୍ରଖ୍ୟାତ ଆଧ୍ୟାତ୍ମିକ ଗୁରୁ ଶ୍ରୀମୀ ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀ କହିଛନ୍ତି । ଶ୍ରୀମାଙ୍କ ଉଦ୍ୟମ ଓ ସଂକଳ୍ପକୁ ନେଇ ଗତ ୬ ବର୍ଷ ହେଲା ଜାନୁଆରୀ ପହିଲା ଦିନ ସକାଳ ୬ଟାରୁ ୭ଟା ଯାଏ, ଘଂଟାଏ ପାଇଁ ସମୂହ ପ୍ରାର୍ଥନା ହୋଇ ଆସୁଥିବା ବେଳେ ଆସନ୍ତା ଜାନୁଆରୀ ପହିଲାରେ ହେବାକୁ ଥିବା ପ୍ରାର୍ଥନା ପାଇଁ ଭୁବନେଶ୍ୱର ୟୁନିଟ୍-୨ ଅଶୋକ ନଗର ଶିବାନନ୍ଦ ଆଶ୍ରମ ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଶ୍ରୀମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ଆଧ୍ୟାତ୍ମିକ ଗୁରୁ ସ୍ୱାମୀ ଶିବ ଚିଦାନନ୍ଦ ମହାରାଜ ଯୋଗଦେଇ ଶ୍ରୀମାଙ୍କ ସଂକଳ୍ପକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ । ବୈଠକରେ ବିଭିନ୍ନ ଧର୍ମ, ସମ୍ପ୍ରଦାୟ ଓ ଆଧ୍ୟାତ୍ମିକ ଅନୁଷ୍ଠାନର ମୁଖ୍ୟମାନେ ଯୋଗଦେଇ ଆସନ୍ତା ଜାନୁଆରୀ ପହିଲା ଦିନ ହେବାକୁ ଥିବା ସମୂହ ପ୍ରାର୍ଥନାର ଆୟୋଜନ ଉପରେ ମତାମତ ଦେଇଥିଲେ । ଅନୁଷ୍ଠାନର ବରିଷ୍ଠ ସଭ୍ୟ ମନୋରଞ୍ଜନ ମହାନ୍ତି କାର୍ଯ୍ୟକ୍ରମ ସଂଚାଳନ କରିଥିବା ବେଳେ ସମ୍ପାଦକ ସଚ୍ଚିକାନ୍ତ ନାଥ ପୂର୍ବବର୍ଷ ଗୁଡ଼ିକର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଉପସଭାପତି ଡକ୍ଟର କାଳୀପ୍ରସନ୍ନ ଶତପଥୀ ବୈଠକର ସାରାଂଶ ପ୍ରଦାନ କରିଥିବା ବେଳେ ବରିଷ୍ଠ ସଭ୍ୟ ବିଜୟ କୁମାର ସ୍ୱାଇଁ ଏ ସମ୍ପର୍କିତ ଚିଠିପତ୍ର ସମ୍ପର୍କରେ ସୂଚନା ଦେଇଥିଲେ । ବୈଠକରେ ବ୍ରହ୍ମାକୁମାରୀ ଗୀତା, ପଦ୍ମନାଭ ଦାଶ, ବି.କେ ଅର୍ଜୁନ, ଫାଦର ବିମଲ ଡିଗଲ, ଯୋଗଦା ସତ୍ସଙ୍ଗର ପ୍ରଦୀପ୍ତ କୁମାର ଦାସ, ଗାୟତ୍ରୀ ପରିବାରର ସୁଶୀଲ କୁମାର ଦେବଶର୍ମା, ଭାରତ ବିକାଶ ପରିଷଦର ପଦୀପ୍ତ କୁମାର ମହାରଣା, ଅହମ୍ମଦିଆ ମସଜିଦରୁ ହଲିମ ଖାନ, ଆନନ୍ଦମାର୍ଗୀ ଆଚାର୍ଯ୍ୟ ପ୍ରଭଦାନନ୍ଦ ଅବଧୂତ, ଅଜିତ କୁମାର ରଥ, ବଳରାମ ସାମନ୍ତରାୟ, ନିରଞ୍ଜନ ପଣ୍ଡା, ଜ୍ୟୋତ୍ସ୍ନାମୟୀ ପରିଡ଼ା, ଅନ୍ନପୂର୍ଣ୍ଣା ଦାସ ପ୍ରମୁଖ ମତାମତ ଦେଇଥିଲେ । ଶେଷରେ ଦିବ୍ୟ ଜୀବନ ସଂଘ ଶିବାନନ୍ଦ ସାଂସ୍କୃତିକ କେନ୍ଦ୍ର ସମ୍ପାଦକ ରମେଶ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ସାଂସ୍କୃତିକ କେନ୍ଦ୍ର ସଭାପତି ରାଧେଶ୍ୟାମ ଦାସ, ବରିଷ୍ଠ ସାମ୍ବାଦିକ ଶ୍ରୀରାମ ଦାଶ, ବରିଷ୍ଠ ସଭ୍ୟ ଯଦୁନାଥ ଦାସ, ଦେବେନ୍ଦ୍ର ସାମନ୍ତ, ବିରଂଚି ରାଉତ, ପ୍ରେମ କୁମାର ମହାରଣା, ଗୀତାଞ୍ଜଳି ନାଥ, ଶରତ ସାହୁ, ପ୍ରେମକୁମାର ମହାରଣା, ବ୍ରହ୍ମଚାରୀ ନୃସିଂହ ନାଥ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *