ଏସ୍.ସି ଓ ଏସ୍.ଟି ପ୍ରାଥମିକ ଶିକ୍ଷକ ସଂଘର ବୈଠକ

ଭୁବନେଶ୍ୱର,୧୬/୧୦/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସ୍ଥାନିୟ ଚିନ୍ତାମଣିଶ୍ବର ଠାରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ବିଦ୍ୟାଳୟରେ କାର୍ୟ୍ୟରତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ରାଜ୍ୟ ସ୍ତରୀୟ ସଂଘ(ଏ.ଓ.ଇ.ଟି.ଏ.)ର ଏକ ବୈଠକ ସଂଘର ସଭାପତି ଜଗଦୀଶ ଖରାଙ୍କ ସଭାପତିତ୍ବରେ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ସଂଘର ସମ୍ପାଦକ ନରେନ୍ଦ୍ର ନାୟକ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସଂଘର ମୂଖ୍ୟ ପରାମର୍ଶ ଦାତା ଅବନୀ ଭୁଷଣ ରାଉତ ଚାକିରିରେ ଥିବା ଅସଙ୍ଗତି ଓ କ୍ୟାଡର ଗଠନ ସମ୍ପର୍କରେ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ। ବିଭିନ୍ନ ଜିଲ୍ଲାରୁ ଆସିଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ନିଜ ନିଜ ଜିଲ୍ଲାରେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ଅବଗତ କରାଇ ଥିଲେ। ଉପସ୍ଥିତ ବରିଷ୍ଠ ଶିକ୍ଷକ ମାନେ ସଂଘର କାର୍ୟ୍ୟକୁ କିପରି ଅଧିକ କ୍ରିୟାଶୀଳ କରାଯାଇପାରିବ ସେ ସମ୍ପର୍କିତ ବିଭିନ୍ନ ପରାମର୍ଶ ପ୍ରଦାନ କରିଥିଲେ। ମୁଖ୍ୟତଃ ବିଭିନ୍ନ ଦାବି ମଧ୍ୟରେ ଗଣଶିକ୍ଷା ବିଭାଗ ଦ୍ବାରା କରାଯାଉଥିବା ପ୍ରାଥମିକ ଶିକ୍ଷକ କ୍ୟାଡରକୁ ଅବିକଳ ଲାଗୁକରିବା, ସଂଘର ପଞିକରଣ କରିବା, ନିକଟରେ ଚାକିରିରେ ନିୟମିତ ହୋଇଥିବା ଶିକ୍ଷକ ମାନଙ୍କର ଚାକିରି ସମୟରେ ୬ବର୍ଷ ଯୋଗକରି ଆବଶ୍ୟକ ସୁବିଧାସୁଯୋଗ ପ୍ରଦାନ ଆଦି ତିନୋଟି ଦାବି ତୁରନ୍ତ ଲାଗୁ କରିବା ସମ୍ପର୍କରେ ସରକାରଙ୍କୁ ଅବଗତ କରାଇ ତାହାର ସମାଧାନ ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାପାଇ ବୈଠକରେ ସର୍ବସମ୍ମତ କ୍ରମେ ସ୍ଥିର କରାଯାଇଥିଲା। ସର୍ବଶେଷରେ ଶିକ୍ଷକ ଶ୍ରୀନିବାସ ରାଓ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସଭାପତି ସଭାସାଙ୍ଗ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *