ଦୂର୍ଗା ପୂଜା ଅବସରରେ ପ୍ରତିଯୋଗିତା

ଗରଦପୁର, ୧୫/୧୦/୨୦୨୪ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତର କଦମଛନ୍ଦା ଗ୍ରାମରେ ଦୂର୍ଗା ପୂଜା ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇ ଯାଇଛି । ମହାମାୟା ପରିଷଦର ଉପଦେଷ୍ଟା ପ୍ରଫୁଲ କୁମାର ସିଂହ, ସଭାପତି ରୁଦ୍ର ସିଂହ, ସାଧାରଣ ସମ୍ପାଦକ ଗୌତମ ଚରଣ ଲେଙ୍କା ଓ ସଂଯୋଜକ ରବି ନାରାୟଣ ସିଂହ, ବିକାଶ ଷେଣ୍ଢ, କାହ୍ନୁ ଚରଣ ସାହୁ ପ୍ରମୁଖ ଉପସ୍ଥିତ ରହି ପୂଜା କାର୍ଯ୍ୟ ପରିଚାଳନା କରିଥିଲେ । ଏହି ଅବସରରେ କୁନି କୁନି ପିଲାଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏକ ଅନ୍ତ ବିଦ୍ୟାଳୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ମହାମାୟା ପରିଷଦର ସଭାପତି ରୁଦ୍ର ସିଂହ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଚାନ୍ଦୋଳ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ମଦନ ମୋହନ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସୂର୍ଯ୍ୟ କୁମାର ସିଂହ ମୁଖ୍ୟବକ୍ତା ଓ ରବି ନାରାୟଣ ସିଂହ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଅମର କୁମାର ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶାନ୍ତି ଶୃଙ୍ଖଳାର ସହିତ ଭଷାଣି ଉତ୍ସବ ଅନୁଷ୍ଠିତ ହୋଇଥିଲା ।

Leave a Reply

Your email address will not be published. Required fields are marked *