ଫୁଲନଖରା ୧୪/୧୦/୨୦୨୪ (ଓଡ଼ିଶା ସମାଚାର)-କଟକ ସଦର ଥାନା ଅଞ୍ଚଳରେ ୬ ଗୋଟି ସ୍ଥାନରେ ମା ଦୂର୍ଗା ଓ ୧୬ ଗୋଟି ସ୍ଥାନରେ ହରପର୍ବତୀ ଙ୍କ ମୃଣ୍ମୟୀ ମୁର୍ତ୍ତି ପୂଜା ହୋଇଥିଲା । ଶାନ୍ତି ଶୃଙ୍ଖଳାର ସହିତ ସମସ୍ତ ପୂଜାକମିଟି ପୂଜା କରିଥିବା ବେଳେ ଆଜି ହେଉଛି ଭଷାଣୀ ।
ମୋଟ ୨୨ ଟି ପୂଜା କମିଟି ମଧ୍ୟରୁ ଫୁଲନଖରା ସ୍ଥିତ ନୂଆ କାଚରାମାଳ ମହାଦେବ ପୂଜା କମିଟି , ରାମନଗର ଦୁର୍ଗାପୂଜା କମିଟି, ଭାଣପୁର ଦୁର୍ଗାପୂଜା କମିଟି, ପାଇକସାହି ହରପାର୍ବତୀ ପୂଜା କମିଟି, ବାଲିକୁଦା ହରପାର୍ବତୀ ପୂଜା କମିଟି, ଗୋପାଳପୁର ଦୁର୍ଗାପୂଜା କମିଟି ରେ ବିଭିନ୍ନ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା । ଫୁଲନଖରା ସ୍ଥିତ ନୂଆ କାଚରାମାଳ ପୂଜାକମିଟି ରେ ଚଳିତ ବର୍ଷ କୈାଣସି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ନକରି ଉକ୍ତ ଅର୍ଥରାଶି ରେ ଲକ୍ଷେଶ୍ବର ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ପଥଚାରୀ ଙ୍କ ସୁବିଧା ନିମନ୍ତେ ଏକ ଥଣ୍ଡା ପାନୀୟ ଜଳ ମେସିନ ସ୍ଥାପନା କରିବା ସହ ନବମୀରେ ୭୦୦ ଲୋକଙ୍କ ନିମନ୍ତେ ଦହୀପଖାଳ ଓ ଦଶମୀ ସନ୍ଧ୍ୟାରେ ଭକ୍ତଙ୍କୁ ପଣା ବଣ୍ଟନ କରାଯାଇଥିଲା । ପୂଜାକମିଟିର ସମସ୍ତ କର୍ମକର୍ତ୍ତା କାର୍ଯ୍ୟକ୍ରମକୁ ତଦାରଖ କରିଥିଲେ ।
ରାମନଗର ଦୁର୍ଗାପୂଜା କମିଟି ସଭାପତି କାଳନ୍ଦୀ ଦାସ ,ସମ୍ପାଦକ ହୃଦାନନ୍ଦ ବେହେରା ଙ୍କ ନେତୃତ୍ବରେ ଦଶମୀ ଦିନ ୧୦୦୦ ଭକ୍ତଙ୍କ ନିମନ୍ତେ ଦହି ପଖାଳ ବଣ୍ଟନ କରା ଯାଇଥିଲା । ପ୍ରତେହ ନିମନ୍ତ୍ରୀତ ଭଦ୍ରବ୍ୟକ୍ତି ଆଗନ୍ତୁକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ କମିଟି ତରଫରୁ ଉତ୍ତରୀୟ ପୁଷ୍ପଗୁଛ ଦେଇ ସମ୍ମାନିତ କରାଯାଇ ଥିଲା । ରାମନଗର ପୂଜାକମିଟି ର ସମସ୍ତ ସଦସ୍ୟ ଓ ଗ୍ରମବାସୀ ପୂର୍ଣ୍ଣ ସହଯୋଗରେ ଏହି କାର୍ଯ୍ୟ ସମ୍ପାଦିତ ହୋଇଥିଲା ।
ସେହିପରି ଭାଣପୁର ପୂଜାକମିଟି ଚଳିତ ବର୍ଷ ପ୍ରଥମ ଥର ମା ଦୁର୍ଗାଙ୍କ ମୃଣ୍ମୟୀ ମୁର୍ତ୍ତି ପୂଜା କରିଛନ୍ତି । ଦଶମୀରେ ଦହୀପଖାଳ ବଣ୍ଟନ ସହ ସଭାପତି ନବୀନ ଓଝାଙ୍କ ନେତୃତ୍ବରେ ଏକ ପୂଜ୍ୟପୂଜା ଓ ସମ୍ଭର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଅନୁଷ୍ଠାନ ତରଫରୁ ମଞ୍ଚରେ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ମାନିତ କରାଯାଇଥିଲା । ଭାଣପୁର ପୂଜା କମିଟି ହିନ୍ଦୁ ମୁସଲମାନ ଭାଇମାନେ ମିଳିତ ଭାବେ ଦୁର୍ଗାପୂଜା ସମ୍ପାଦନ କରିଥିଲେ । ପାଇକ ସାହୀ ହରପାର୍ବତୀ ପୂଜା କମିଟି ଦୁଇ ରାତି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ ଓ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ମଞ୍ଚରେ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ । ପ୍ରତାପ ନଗରୀ ଦୁର୍ଗାପୂଜା କମିଟି, ଡାହାଳିଆବାଗ ହରପାର୍ବତୀ ପୂଜା କମିଟି, ବାଲିକୁଦା ହରପାର୍ବତୀ ପୂଜା କମିଟି ଓ ଗୋପାଳପୁର ଦୁର୍ଗାପୂଜା କମିଟି ମହାଆଡମ୍ବରରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ପ୍ରସାଦ ବଣ୍ଟନ ଓ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ସମ୍ମାନିତ କରିଥିଲେ । ଜାତୀୟ ରାଜପଥ କଡରେ ଏହି ସମସ୍ତ ମଣ୍ଡପ ଅବସ୍ଥିତ ହୋଇଥିବାରୁ ଶ୍ରଦ୍ଧାଳୁମାନେ ଠାକୁର ଦର୍ଶନ କରିବା ସହ ଏଠାରେ ଆୟୋଜିତ ସାସ୍କୃତିକ କର୍ଯ୍ୟକ୍ରମର ଭରପୁର ମଜ୍ଜା ଉଠାଇଥିଲେ । ପୂଜା କମିଟି ର ସମସ୍ତ ସଭ୍ୟ ଏହି କର୍ଯ୍ୟକ୍ରମକୁ ଅତି ସୂଚାରୁ ରୁପେ ପରିଚାଳନା କରିଥିଲେ । ଏଠାରେ ପ୍ରକାଶ ଥାଉକି ଦଶହରା ପରଦିନ କଟକରେ ଭଷାଣୀ ଥିବାରୁ ଗୋଟିଏ ଦିନ ପରେ ଅର୍ଥାତ ଦ୍ବାଦଶୀ ଦିନ ସଦର ଅଞ୍ଚଳରେ ଭଷାଣୀ କରାଯିବ ବୋଲି ପ୍ରଶାସନ ତରଫରୁ ସ୍ଥିର କରାଯାଇଥିଲା ।