କୋଡିଏ ହଜାର ଟଙ୍କାରେ ଶିଶୁପୁତ୍ର କୁ ବିକ୍ରି ଅଭିଯୋଗ

ସାଲେପୁର, ୧୪/୧୦/୨୦୨୪(ଓଡିଶା ସମାଚାର/ ଅଭୟ ଜେନା )- କୋଡିଏ ହଜାର ଟଙ୍କା ରେ ଶିଶୁ ପୁତ୍ର ବିକ୍ରି ହୋଇଥିବା ଅଭିଯୋଗ କରିଛନ୍ତି ଖୋଦ ଶିଶୁ ପୁତ୍ର ର ଜେଜେ ରାହସ ବିହାରୀ ସାମଲ । ଅଭିଯୋଗ ରୁ ପ୍ରକାଶ ଯେ, କଟକ ଜିଲ୍ଲା ସାଲେପୁର ଥାନା କାନପୁର ଗ୍ରାମର ରାହସ ବିହାରୀ ସାମଲ ଙ୍କ ପୁଅ ତପନ ସାମଲ( ୨୭ ବର୍ଷ ) ଗତ ୬ ବର୍ଷ ହେବ ନିଶ୍ଚିନ୍ତକୋଇଲି ଥାନା ବଡ଼କ୍ଷୀର ଗ୍ରାମ ର କାଁହୁ ଚରଣ ସାମଲ ଙ୍କ ଝିଅ ରୁବିନା ଙ୍କ ସହିତ ବୈଦିକ ରୀତି ରେ ବିବାହ କରିଥିଲେ। ହେଲେ ତାଙ୍କର ଗୋଟେ ଝିଅ ଓ ଗୋଟେ ପୁଅ ରହିଥିବା ବେଳେ, ଛଅ ମାସ ହେବ ବୋହୁ ଆମ ପାଖରେ ଝିଅ କୁ ଛାଡି ପୁଅ କୁ ଧରି ଅନ୍ୟତ୍ର ଚାଲିଯାଇଥିଲା । ହେଲେ ଆମେ ଆମ ନାତିକୁ ଦେଖିବା ପାଇଁ ବୋହୁ ଘରେ ପହଁଚିଲା ବେଳକୁ ନାତି କୁ ପାଇ ନଥିଲୁ। ମାତ୍ର କୌଣସି ସୂତ୍ରରୁ ଖବର ପାଇ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଥାନା ବେଲରପା ଗାଁ ର ଅନନ୍ତ ସାମଲ ଙ୍କ ଘରେ ଥିବା ସୂଚନା ପାଇ ଆମେ ସେଠାରେ ପହଂଚି ଥିଲୁ।ସେଠାରେ ଆମ ନାତିକୁ ଦେଖିବା ସହ ଫେରାଇ ଦେବା ପାଇଁ କହିଥିଲୁ।ହେଲେ ସେମାନେ କୋଡିଏ ହଜାର ଟଙ୍କା ମାଗିଥିଲେ ।କୋଡିଏ ହଜାର ଦେଲେ ଆମେ ତମ ନାତିକୁ ଫେରାଇ ଦେବୁ ବୋଲି କହିଥିଲେ।ଯେହେତୁ ସେମାନେ କୋଡିଏ ହଜାର ଟଙ୍କା ଦାବି କରୁଛନ୍ତି ଆମେ ଭାବୁଛୁ ଯେ ଆମ ନାତିକୁ ତା ମାମୁଁ ଓ ଅଜା କୋଡିଏ ହଜାର ଟଙ୍କାରେ ବିକ୍ରି କରିଛନ୍ତି। ତେଣୁ ଏନେଇ ଆମେ ସାଲେପୁର ଥାନାରେ ଆମ ନାତିକୁ ଫେରାଇ ଆଣିବାକୁ ନିବେଦନ କରିଛୁ। ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *