ଯାଜପୁର , ୧୪/୧୦/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର )-ଯାଜପୁର ବ୍ଲକ ପ୍ରଶାସନ ପକ୍ଷରୁ ସାହାସପୁର ପଂଚାୟତ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ପଂଚାୟତ ସ୍ତରୀୟ ଜନଶୁଣାଣି ଅଭିଯୋଗ ଶିବିର ସୋମବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି ।
ଯାଜପୁର ବ୍ଲକ ଉନ୍ନୟନ ଅଧିକାରୀ ଶ୍ରୀ ସ୍ଵାଗତ ଦାସ , ଯାଜପୁର ତହସିଲଦାର ଅରବିନ୍ଦ ବେହେରା ଓ ପଂଚାୟତ ସରପଂଚ ଶ୍ରୀମତୀ କଳ୍ପନା ଭୂୟାଁ ଉକ୍ତ ଶିବିର ରେ ଉପସ୍ଥିତ ରହି ଜନସାଧାରଣ ଙ୍କ ଅଭିଯୋଗ ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମାଜ ମଙ୍ଗଳ ଅଧିକାରୀ ,ଜଳ ଓ ପରିମଳ ବିଭାଗ ଅଧିକାରୀ ,ମହିଳା ଓ ଶିଶୁ ବିକାଶ ଅଧିକାରିଣୀ , କୃଷି ଓ ଉଦ୍ୟାନ ବିଭାଗ ଅଧିକାରୀ , ପଶୁବିଭାଗ ଅଧିକାରୀ , ସାମାଜିକ ନିରାପତ୍ତା ବିଭାଗ , ଯୋଗାଣ ବିଭାଗ ଙ୍କ ସମେତ ଅନ୍ୟ ବିଭାଗ ର ଅଧିକାରୀ ଯୋଗ ଦେଇ ଜନସାଧାରଣ ମାନଙ୍କ ଠାରୁ ଅଭିଯୋଗ ଗ୍ରହଣ କରିଥିଲେ ।
ପଂଚାୟତ ସମ୍ପ୍ରସାରଣ ଅଧିକାରୀ ଗୌତମ ସେଠୀ , କାର୍ଯନିର୍ବାହୀ ଅଧିକାରୀ ପ୍ରଶାନ୍ତ ମହାପାତ୍ର , ଏଡିଓ ପ୍ରିତିକାଞ୍ଚନ ବଳ ଓ ସରପଂଚ ପ୍ରତିନିଧି ପ୍ରଶାନ୍ତ କୁମାର ରାଉତ ପ୍ରମୁଖ ସହଯୋଗ କରିଥିଲେ । ଆଜିର ଶିବିରରେ ରାସନ କାର୍ଡ , ଭତା, କିଶାନ ସହାୟତା , ଆବାସ ସମ୍ପର୍କିତ ଶତାଧିକ ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ କିଛି ସମୂହ ଅଭିଯୋଗ ମଧ୍ୟ ପଞ୍ଜୀକୃତ ହୋଇଥିବା ଦେଖିବାକୁ ମିଳିଥିଲା ।
ଖୁବ୍ ଶୀଘ୍ର ଏହି ଅଭିଯୋଗ ର ସମାଧାନ ହେବା ନେଇ ବିଡ଼ିଓ ଶ୍ରୀ ଦାସ ସରପଂଚ ଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଶିବିରରେ ଯାଜପୁର ସଦର ପୋଲିସ ର କର୍ମଚାରୀ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ବଜାୟ ରଖିଥିଲେ । ପଂଚାୟତ ପକ୍ଷରୁ ପାନୀୟ ବ୍ୟବସ୍ଥା କରାଯାଇଥିଲା ,ପରେ ପରେ ବିଡ଼ିଓ ଶ୍ରୀ ଦାସ ପଂଚାୟତ ପରିସରରେ ଚାଲୁଥିବା ବିଭିନ୍ନ ଉନ୍ନୟନ କାର୍ଯ ତଦାରଖ କରିଥିଲେ ।