ଦୁର୍ଗାପୂଜା ରେ ସାଂସ୍କୃତିକ କାର୍ଯ୍ୟକ୍ରମ

ଗରଦପୁର,୨୪/୧୦/୨୦୨୬ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ ତେଣ୍ଡାକୁଡ଼ା ପଂଚାୟତ ଅନ୍ତର୍ଗତ କଦମଛନ୍ଦା ମହାମାୟା ମଣ୍ଡପ ରେ ସାବର୍ଜନୀନ ଦୁର୍ଗାପୂଜା ମହା ସମାରୋହରେ ପାଳିତ ହୋଇଯାଇଛି । ତପୋ ଷଷ୍ଠୀ ଠାରୁ ଭାସିଣୀ ପର୍ଯ୍ୟନ୍ତ ସୁସଜ୍ଜିତ ମଣ୍ଡପ ରେ ବିଲ୍ୱବରଣ, ନବପତ୍ରିକା ପ୍ରବେଶ, ମହାସପ୍ତମୀ, ମହାଷ୍ଟମି ସନ୍ଧିପୂଜା, ବଳିଦାନ, ମହାନବମୀ ପୂଜା,ଦଶହରାରେ ଅପରାଜିତା ପୂଜା ସହ ବିସର୍ଜନ କାର୍ଯ୍ୟ ଯଥା ସମୟରେ ଅନୁଷ୍ଠିତ ହେବାସହ ସପ୍ତମୀ ଠାରୁ ଦଶମୀ ପର୍ଯ୍ୟନ୍ତ ପ୍ରତ୍ୟହ ବୈଦିକ ବ୍ରାହ୍ମଣ ମାନଙ୍କ ଦ୍ୱାରା ଚଣ୍ଡୀପାଠ, ହୋମଯଜ୍ଞ ସଂଧ୍ୟା ଆଳତୀ ଶହଶହ ଭକ୍ତ ମାନଙ୍କ ଉପସ୍ଥିତି ରେ ସମାପନ ହୋଇଥିଲା ।

ଏହା ସହିତ କୁନି କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଓଡିଶା ସରକାରଙ୍କ ଅର୍ଥ ବଭାଗ ଅଧିକାରୀ ମଳୟ କୁମାର ମହାନ୍ତି, କଦମଛନ୍ଦା ନୋଡାଲ ମଧ୍ୟ ଇଂରାଜୀ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବାନାମ୍ବର ପୃଷ୍ଟି ଓ ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ରବି ନାରାୟଣ ସିଂହ ଯଥାକ୍ରମେ ମୁଖ୍ୟ ଅତିଥି,ମୁଖ୍ୟବକ୍ତା ଓ ସମ୍ମାନୀୟ ଅତିଥୀ ଭାବରେ ଯୋଗଦେଇ ବିଦ୍ୟାଳୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରି ଥିଲେ । ଶେଷରେ ମହାସମାରୋହରେ ମା’ଦୁର୍ଗାଙ୍କ ମୃଣ୍ମୟି ପ୍ରତିମା କୁ ନିକଟସ୍ଥ ପାଇକା ନଦୀ ରେ ବିର୍ସଜନ କରାଯାଇଥିଲା ।
ଏହି ପୂଜାକାର୍ଯ୍ୟରେ ସର୍ବଶ୍ରୀ ପ୍ରଫୁଲ୍ଲ କୁମାର ସିଂହ,ରବି ନାରାୟଣ ସିଂହ,ଅଶୋକ ସିଂହ,ଦେବେନ୍ଦ୍ର ସିଂହ,ସୁକାନ୍ତ ଲେଙ୍କା,ବସନ୍ତ କୁମାର ସିଂହ,କିଶୋର ଜେନା,ଦେବେନ୍ଦ୍ର ସିଂହ,ବିପିନ ବିହାରୀ ଦାସ,ଗଙ୍ଗାଧର ସାହୁ,ଅରୁଣ କୁମାର ସିଂହ ଓ ସୁକାନ୍ତ ସେଠୀ ପ୍ରମୁଖ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ବିକାଶ, କାହ୍ନା, ରୋହିତ, ଅମୁଲ୍ୟ, ଚିନ୍ମୟ, ରାନସ, ସାଗର, ଦୀପକ, ବନମାଳି,ଓମ୍ ପ୍ରକାଶ,ଆଶିଷ ରଞ୍ଜନ, ଆଶିଷ କୁମାର,ଚନ୍ଦନ ଏବଂ ନୂଆଗାଁ ଗ୍ରାମର ଯୁବକ ମାନଙ୍କ ପ୍ରତ୍ୟକ୍ଷ ସହଯୋଗରେ ପୂଜାର ପ୍ରତ୍ୟେକ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା ବୋଲି ମହାମାୟା ପରିଷଦର ସଭାପତି ରୁଦ୍ର ସିଂହ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *