Breaking News : ନିଶ୍ଚିନ୍ତକୋଇଲି ପୋଲିସ ର  ଏନକାଉଣ୍ଟର ରେ ଦୁର୍ଦାନ୍ତ ଅପରାଧୀ ସୁଶାନ୍ତ  ସାହୁ ଆହତ

ନିଶ୍ଚିନ୍ତକୋଇଲି ,୦୩/୧୨/୨୦୨୩(ଓଡିଶା ସମାଚାର /ଅଭୟ ଜେନା )- କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ପୋଲିସ ଶନିବାର ବିଳମ୍ବିତ ରାତିରେ ଜଣେ ଦୁର୍ଦାନ୍ତ ଅପରାଧୀ କୁ ଏନକାଉଣ୍ଟରକରିଛି ।  ପେଟ୍ରୋଲିଂ ସମୟରେ ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ଖେଳ ପଡିଆ ନିକଟରେ ନିଶ୍ଚିନ୍ତକୋଇଲି ଥାନା ପୋଲିସ ଜଗତସିଂହପୁର ଜିଲା ତିର୍ତୋଲ ଅଂଚଳର ଜଣେ ଦୁର୍ଦାନ୍ତ ଅପରାଧୀ  ସୁଶାନ୍ତ  ସାହୁ କୁ ଏନକାଉଣ୍ଟର କରିଛି ।  ସଂପୃକ୍ତ ଅପରାଧୀକୁ ଆହତ  ଅବସ୍ଥାରେ  ଚିକିତ୍ସା  ନିମନ୍ତେ କଟକବଡ ଡାକ୍ତର ଖାନା ରେ ଭର୍ତି କରାଯାଇଛି । ତା ନାମରେ ରାଜ୍ୟର ବିଭିନ୍ନ ଥାନାରେ  ମାମଲା ରହିଥିବାର ଜଣା ପଡିଛି  । ପୋଲିସ ଘଟଣା ସ୍ଥଳରୁ ଗୋଟିଏ ବନ୍ଧୁକ ଜବତ କରିଛି । ନିଶ୍ଚିନ୍ତକୋଇଲି ଥାନା ପୋଲିସ ଘଟଣା ସ୍ଥଳରେ ଜଗି ରହିଛି ଓ ତଦନ୍ତ ଜାରିରହିଛି  । କଟକ ଗ୍ରାମାଂଚଳ ଏସପି ମିହିର ରଂଜନ ପଣ୍ଡାଙ୍କ ସୂଚନା ଅନୁସାରେ ଏନକାଉଂଟର ରେ ଆହତ ସୁଶାନ୍ତ ନାମରେ ରାଜ୍ୟର ବିଭିନ୍ନ ଥାନାରେ ୫୭ ଟି ମାମଲା ରହିଛି ।  ସେ  ପୋଲିସ ର ମୋଷ୍ଟ ୱାନ୍ଟେଡ଼ ତାଲିକାରେ ଥିଲା । ଶନିବାର ବିଳମ୍ବିତ ରାତିରେ ନିଶ୍ଚିନ୍ତକୋଇଲି ଥାନା ଏଏସଆଇ ତପନ ନାୟକ ଓ ସହଯୋଗି ପେଟ୍ରୋଲିଂ କରୁଥିବାବେଳେ ଜଗତସିଂହପୁର ଜିଲା ତିର୍ତୋଲ ଅଂଚଳର ଦୁର୍ଦ୍ଧାନ୍ତ ଅପରାଧି ସୁଶାନ୍ତ ସାହୁ ଆଲିଆସ୍ ଲିପୁ ତାର ଦୁଇ ସହଯୋଗି ମିଶି କୌଣସି ସ୍ଥାନରେ ଅପରାଧ ଘଟାଇବାକୁ ଅସୁରେଶ୍ୱର ଖେଳ ପଡ଼ିଆ ନିକଟରେ ଯୋଜନା କରୁଥିବା ଜାଣି ସେଠାରେ ଚଢ଼ାଉ କରିଥିଲେ । ସୁଶାନ୍ତ ପୋଲିସ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା । ଆତ୍ମରକ୍ଷା କରିବାକୁ ଯାଇ ପୋଲିସ ଗୁଳି ଚଳାଇବାରୁ ପୋଲିସର ଗୁଳି ସୁଶାନ୍ତ ର ବାମ ଗୋଡ଼ରେ ବାଜିବାରୁ ସୁଶାନ୍ତ ଆହତ ହୋଇଥିଲା । ଦୁଇ ଜଣ ପୋଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି । ଆହତ ସୁଶାନ୍ତ କୁ କଟକ ବଡ଼ ମେଡ଼ିକାଲ ରେ ଭର୍ତି କରାଯାଇଛି । ତାର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି । ସୁଶାନ୍ତ ର ଅନ୍ୟ ଦୁଇ ଜଣ ସହଯୋଗି ଖସିଯିବାକୁ ସଫଳ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *