ବାସନ୍ତପୁର ସାଇ ମନ୍ଦିରରେ ମହାସମାଧି  ଦିବସ ପାଳିତ

ଗରାଦପୁର,୧୩/୧୦/୨୦୨୪ (ଓଡ଼ିଶା ସମାଚାର)-ତେଣ୍ଡାକୁଡା ପଂଚାୟତ ଅନ୍ତର୍ଗତ ବସନ୍ତ ପୁର ସାଇ ମନ୍ଦିରରେ ମହାଅଭିଷେକ । ପବିତ୍ର ଦଶହରା ଦିନରେ ବାବା ମହସମାଧି ନେଇଥିଲେ। ଶିରିଡି ରେ ମହସମାରୋହରେ ଏହି ଦିବସ ପାଳନ ହେଉଥିବା ବେଳେ ସମସ୍ତ ସାଇ ମନ୍ଦିର ମାନଙ୍କରେ ଏହି ଦିବସକୁ ବେଶ୍ ଧୁମ୍ ଧାମ ରେ ପାଳନ କରା ଯାଇଛି। ଗୁରୁଜୀ ଡ଼ ଚନ୍ଦ୍ରଭାନୁ ଶତପଥୀଙ୍କ ଦ୍ଵାରା ପ୍ରାଣ ପ୍ରତିଷ୍ଠା କରାଯାଇଥିବା  ବସନ୍ତ ପୁର ସ୍ଥିତ ସାଇ ମନ୍ଦିରରେ ଏହି ଦିବସ ପାଳନ କରାଯାଇଛି। ସକାଳେ କାକଟ ଆଳତୀ , ସୂର୍ୟ୍ୟ ପୂଜା , ମହାଅଭିଷେକ, ମଧ୍ୟାହ୍ନ ଆଳତୀ, ସନ୍ଧ୍ୟା ଆଳତୀ ଏବଂ ରାତ୍ର ଆଳତି ରେ ବାବାଙ୍କୁ ପୂଜା କରାଯାଇଛି। ବାବାଙ୍କୁ ବିଷ୍ଣୁ ସହସ୍ର ନାମରେ ବାବାଙ୍କୁ ମହାଅଭିଷେକ କରାଯାଇଥିଲା। ଖିର ,ମହୁ, ଆଖୁରସ, ପଇଡ, ଲହୁଣୀ, ଅଗରୁ, ଚନ୍ଦନ ରେ ବାବାଙ୍କୁ ସ୍ନାନ କରାଯାଇ ମହାଅଭିଷେକ କରାଯାଇଥିଲା । ବାବାଙ୍କ ସ୍ନାନ ପରେ ବାବାଙ୍କୁ ନୂତନ ବାସ୍ତ୍ର ପରିଧାନ କରାଯାଇ ଆଳତୀ ପୂଜା କରାଯାଇ ଥିଲା। ବସ୍ତନ୍ତପୁର ସ୍ଥିତ ସାଇ ମନ୍ଦିରରେ ବାବଙ୍କୁ ଦର୍ଶନ କରିବା ଏବଂ ସାନିଧ୍ୟ ଲାଭ ପାଇଁ ପ୍ରଚୁର ଭିଡ ଦେଖିବାକୁ ମିଳିଥିଲା। ଶତାଧିକ ଭକ୍ତଙ୍କ ଭିଡ଼ରେ ବସନ୍ତ ପୁର ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଟ୍ରଷ୍ଟ ର ସଭାପତି ଡ଼. ରୁଦ୍ର ମହାନ୍ତି ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ  ।

Leave a Reply

Your email address will not be published. Required fields are marked *