ଅଖିଳ ଭାରତ ଗ୍ରାମୀଣ ଡାକ ସେବକ ସଂଘ କେନ୍ଦ୍ରାପଡା ଡିଭିଜନ ଦ୍ୱିତୀୟ ଦ୍ୱିବାର୍ଷିକ ସମ୍ମିଳନୀର ଖୋଲା ଅଧିବେସନ

କେନ୍ଦ୍ରାପଡ଼ା, ୦୬/୧୦/୨୦୨୪ (ଓଡ଼ିଶା ସମାଚାର)- ଅଖିଳ ଭାରତ ଗ୍ରାମୀଣ ଡାକସେବକ ସଂଘର କେନ୍ଦ୍ରାପଡା ଡିଭିଜନର ଦ୍ୱିତୀୟ ଦ୍ୱିର୍ଷିକ ସମ୍ମିଳନୀର ଖୋଲା ଅଧିବେସନ ରବିବାର କେନ୍ଦ୍ରାପଡା ମୁଖ୍ୟ ଡାକଘର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଓଡିଶା ସର୍କଲର ପୂର୍ବତନ ସମ୍ପାଦକ ଅଶୋକ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଓଡିଶା ସର୍କଲର ପୂର୍ବତନ ସମ୍ପାଦକ ହିମାଂଶୁ ଶେଖର ଦାସ, ପୂର୍ବତନ ସମ୍ପାଦକ ନିର୍ମଳ ଚନ୍ଦ୍ର ସିଂ, ସି.ପି.ଆଇ.(ଏମ)ର ଜିଲ୍ଲା ସାଧାରଣ ସମ୍ପାଦକ ଗୟାଧର ଧଳ, କଟକ ମଣ୍ଡଳ ସମ୍ପାଦକ କମଳ ରାଜା ଖାଁ, ପୂର୍ବତନ ମଣ୍ଡଳ ସମ୍ପାଦକ ରଜନୀକାନ୍ତ ନାୟକ, କେନ୍ଦ୍ରାପଡା ମଣ୍ଡଳର ପୂର୍ବତନ ସଭାପତି ନାରାୟଣ ଚନ୍ଦ୍ର ଲେଙ୍କା, କେନ୍ଦ୍ରାପଡା ମଣ୍ଡଳ ସଭାପତି ନରେନ୍ଦ୍ର ତ୍ରିପାଠୀ, ପୂର୍ବତନ ମଣ୍ଡଳ ସମ୍ପାଦକ କପିଳ ଚରଣ ସାହୁ ପ୍ରମୁଖ ଯୋଗଦେଇ କହିଥିଲେ ଯେ ବିଗତ ଧର୍ମଘଟକୁ ସରକାର ଯେଉଁଭଳି ଭାବରେ ଦମନ କଲେ ତାହା ସ୍ୱାଧୀନ ଭାରତର ଇତିହାସରେ ବିରଳ ଘଟଣା । ତା ସତ୍ୱେ ମଧ୍ୟ ଆମେ ଆମର ଆନ୍ଦୋଳନକୁ ଜାରି ରଖିବା । ଧର୍ମଘଟ ସମୟରେ ସରକାର ଯେଉଁ ସାଥୀମାନଙ୍କ ଉପରେ ଧାରା ଆଇ.ଓ.ବି. ଲଗାଇଥିଲେ ତାହାକୁ ଉଚ୍ଚ ନ୍ୟାୟାଳୟ ସ୍ଥଗିତ ଆଦେଶ ଦେଇଛନ୍ତି । କେନ୍ଦ୍ର କ୍ୟାବିନେଟ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କୁ ପୁରୁଣା ପେନସନ୍ ନାମରେ ୟୁପିଏସ ଦେଇ ଚରମ ପ୍ରତାରଣା କରିଛନ୍ତି । ଆମ ସାଧାରଣ ସମ୍ପାଦକ ସାଥୀ ଏସ.ଏସ. ମହାଦେବାୟା ଆମର ପେନସନ୍ ସମେତ ସର୍ବନିମ୍ନ ଦାବିକୁ ଉପସ୍ଥାପନ କରି ସରକାରଙ୍କୁ ଚରମ ପତ୍ର ଦେଇଛନ୍ତି । ସରକାର ଏହାର ଆଶୁ ସମାଧାନ ନକଲେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । କେନ୍ଦ୍ର ସଂଘର ଦୃଢ ହସ୍ତକ୍ଷେପ ଫଳରେ ୧୨,୨୪ ଓ ୩୬ ବର୍ଷୀୟ ଆର୍ଥିକ ପଦୋନ୍ନତି ନିମନ୍ତେ ସରକାର ଏହାକୁ ଗୁରୁତ୍ୱର ସହ ଗ୍ରହଣ କରି ଖୁବ୍ ଶୀଘ୍ର ସମସ୍ତ ସର୍କଲ ସେମାନଙ୍କ ଚିଠା ପଠାଇବାକୁ ନିର୍ଦେଶ ଦେଇଛନ୍ତି । ଟାର୍ଗେଟ ନାମରେ ଆମ ଉପରେ ଯେଉଁ ଜୁଲମ ହେଉଛି ତାକୁ କୋହଳ କରିବା ପାଇଁ ସର୍କଲ ସଂଘ ମୁଖ୍ୟ ମହାଡାକପାଳଙ୍କ ନିକଟରେ ଦୃଢ ଦାବି କରିଛି । ଖୁବ୍ ଶୀଘ୍ର ଆମମାନଙ୍କ ନିମନ୍ତେ ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି ସେମାନେ କହିଥିଲେ । କେନ୍ଦ୍ରାପଡା ଡିଭିଜନାଲ ସମ୍ପାଦକ ବିଜୟ କିଶୋର ଦାସ ସମ୍ପାଦ୍କୀୟ ବିବରଣୀ ପାଠ କରିଥିଲେ । ଶେଷରେ ଗଗନବିହାରି ସୂତାର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭଞ୍ଜ କିଶୋର ସାହୁ, ଶରତ ହାତି, ଜଗତଜୀବନ ଜେନା, ନିକେତନ ଜେନା, ସଂଗ୍ରାମ ମୁଦୁଲି, ସଚ୍ଚିଦାନନ୍ଦ ବିଶ୍ୱାଳ, ନଟବର ସେଠୀ, ରବୀନ୍ଦ୍ର ଲେଙ୍କା, ବିଜ୍ଞାନରଞ୍ଜନ ଦାସ, ହରିହର ମହାନ୍ତି, କୁଶାସନ ଦାସ, ସଞ୍ଜୀବ କୁମାର ଦାସ, ବିପଦଭଞ୍ଜନ ବେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ଡିଭିଜନାଲ ସମ୍ପାଦକ ବିଜୟ କିଶୋର ଦାସଙ୍କ ଦ୍ୱାରା ପରିଚାଳିତ ହୋଇଥିଲା ।

Leave a Reply

Your email address will not be published. Required fields are marked *