ଲେଡିଜ ଫୋରମ୍ ତରଫରୁ ମାତୃ ଦିବସ ପାଳିତ

ଭୁବନେଶ୍ୱର,୦୯/୦୫/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସତ୍ୟନଗର ଲେଡ଼ିଜ ଫୋରମ ତରଫରୁ ୮ ମେ, ଶୁକ୍ରବାର ଦିନ ବୁଦ୍ଧମନ୍ଦିର ପ୍ରାଙ୍ଗଣରେ ମାତୃଦିବସ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହିଳାମାନଙ୍କ ଭିତରେ ବିଭିନ୍ନ ପ୍ରତିଯୋଗିତା ଯଥା, ରଙ୍ଗୋଲି, ନୃତ୍ୟ, ଗୀତ, ଫ୍ୟାସନ ଶୋ, ପିଠା, ରୋଷେଇ ଆଦିର ଆୟୋଜନ ହୋଇଥିଲା । ଶହେରୁ ଉର୍ଦ୍ଧ ମାଆ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ଭିନ୍ନ ଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ମହିଳାମାନେ ଅତିଥି ରୂପେ ଯୋଗ ଦେଇଥିଲେ ।  ସୁ ଲେଖିକା ଓ ସାହିତ୍ୟିକା ଶକୁନ୍ତଳା ବଳିୟାର ସିଂହ, ଚଳଚ୍ଚିତ୍ର ନାଯିକା ପ୍ରତିଭା ପଣ୍ଡା, ପୁଷ୍ପା ପଣ୍ଡା, ଲେଖିକା ପ୍ରତିଭା ମହାରଥୀ,ସମାଜସେବୀ ସବିତା ପଟ୍ଟନାୟକ,ନିବେଦିତା ଲେଙ୍କା,ଅନୁସୃତା ସିଂହଦେଓ,ସଂଯୁକ୍ତା ପଣ୍ଡା, ଡ଼ ସୁତପା ମଜୁମଦାର,ଲେଖିକା ଶ୍ରୁତକୀର୍ତ୍ତି ତ୍ରିପାଠୀ ଆଦି ଅତିଥି ରୂପେ ଯୋଗ ଦେଇ ମାତୃଦିବସର ମହାନତା ବିଷୟରେ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମରେ ସତ୍ୟନଗର ଲେଡ଼ିଜ ଫୋରମର ସଦସ୍ୟାମାନେ ମିଳିତ ଭାବରେ ସବୁ କାର୍ଯ୍ୟ ସମ୍ପାଦନ କରିଥିଲେ । ଅନୁଷ୍ଠାନର ସମ୍ପାଦିକା ଅନୁରାଧା ଦାଶ କାର୍ଯକ୍ରମ ପରିଚାଳନା କରିଥିଲେ । ସର୍ବଶେଷରେ କଣ୍ଠଶିଳ୍ପୀ ମାନେ ସଙ୍ଗୀତ ପରିବେଷଣ କରିଥିଲେ।

Leave a Reply

Your email address will not be published. Required fields are marked *