ସାଲେପୁର, ୨୨/୧୧/୨୦୨୩ (ଓଡିଶା ସମାଚାର /ଅଭୟ ଜେନା )- ସାଲେପୁର ବ୍ଲକ ତଥା ଜଗତପୁର ଥାନା ଅନ୍ତର୍ଗତ କଟକ ଚାନ୍ଦବାଲି ରାସ୍ତା ର ନୃସିଂହ ବଜାର ନିକଟରେ ସଡ଼କ ଦୁର୍ଘଟଣା ରେ ଏକ ଦମ୍ପତି ଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ସେମାନଙ୍କର ୪ ବର୍ଷର ଛୋଟ ପୁଅ ଗୁରୁତର ଆହତ ହୋଇଛି । ସେମାନେ ଯାଉଥିବା ବାଇକ କୁ ଏକ ଟ୍ରକ ଧକ୍କା ଦେଇଥିଲା । ମୃତ ଦମ୍ପତି ସାଲେପୁର ବ୍ଲକ ପୂରଣ ଗ୍ରାମର ବୋଲି ଜଣାପଡିଛି । ମୃତ ବାଇକ୍ ଆରୋହୀ ହେଉଛନ୍ତି ଅନିରୁଦ୍ଧ ଜେନା (୪୦) ଓ ତାଙ୍କର ସ୍ତ୍ରୀ ରିତାଲି ଜେନା (୩୫)। ସେମାନଙ୍କର ଆହତ ପୁଅର ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ କଟକ ଜିଲ୍ଲା ସାଲେପୁର ଥାନା ଅଧୀନ ମହଣ ପଞ୍ଚାୟତର ପୂରଣଗ୍ରାମର ଅନିରୁଦ୍ଧ ଜେନା ନିଜ ସ୍ତ୍ରୀ ଓ ୪ ବର୍ଷ ବୟସର ଶିଶୁପୁତ୍ରକୁ ନେଇ ଆଜି ସକାଳୁ ବାଇକ୍ ରେ ପୁରୀ ଜିଲ୍ଲା ସାକ୍ଷୀ ଗୋପାଳରେ ଠାକୁରଙ୍କ ଦର୍ଶନ କରିବାକୁ ଯାଇଥିଲେ। ସନ୍ଧ୍ୟା ସମୟରେ ସେ କଟକ-ଚାନ୍ଦବାଲି ରାସ୍ତା ଦେଇ ଘରକୁ ଫେରୁଥିଲେ। ନୃସିଂହବଜାର ଠାରେ ତାଙ୍କୁ ଏକ ଅଜଣା ଟ୍ରକ୍ ଧକ୍କା ଦେଇଥିଲା। ଫଳରେ ଦଂପତି ଓ ଶିଶୁପୁତ୍ର ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନା ରେ ଭର୍ତି କରିଥିଲେ। ସେଠାରେ ଡାକ୍ତର ସ୍ବାମୀ ଓ ସ୍ତ୍ରୀଙ୍କୁ ମୃତ ଘୋଷଣା କରିଥିଲେ। ଆହତ ଶିଶୁପୁତ୍ରକୁ ଜଗତପୁରର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇ ଜଗତପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଦୁର୍ଘଟଣା ଘଟାଇଥିବା ଅଜଣା ଟ୍ରକ୍ ଫେରାର ଅଛି।
Breaking News : ଅଜଣା ଟ୍ରକ ଧକ୍କା ରେ ବାଇକ ଆରୋହୀ ଦମ୍ପତି ଙ୍କର ଶୋଚନୀୟ ମୃତ୍ୟୁ , ଶିଶୁ ପୁତ୍ର ଗୁରୁତର ଆହତ
