ଶ୍ରବଣବାଧିତ ଯୁବବର୍ଗ ଆତିଥ୍ୟ କ୍ଷେତ୍ରରେ ବୃତ୍ତିକୁ ଆପଣାଇବା ପାଇଁ ଆଇଏଚ୍‌ଏମ୍‌ ଭୁବନେଶ୍ୱରର ପ୍ରୟାସ

ଭୁବନେଶ୍ୱର, ୦୪/୧୦/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମଙ୍କ ସଶକ୍ତିକରଣ ବିଭାଗ ଦ୍ୱାରା ପ୍ରାୟୋଜିତ ୧୫୦ ଜଣ ଶ୍ରବଣବାଧିତ ଯୁବକଯୁବତୀଙ୍କୁ ଆତିଥ୍ୟ କାର୍ଯ୍ୟରେ ତାଲିମ ଦେବା ପାଇଁ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ହୋଟେଲ ମ୍ୟାନେଜମେଣ୍ଟ (ଆଇଏଚ୍‌ଏମ୍‌), ଭୁବନେଶ୍ୱର ବିଶେଷ ପଦକ୍ଷେପ ଗ୍ରହଣ କରିଛି । ସେମାନଙ୍କର ଦକ୍ଷତା ବୃଦ୍ଧି ସହ ନିଯୁକ୍ତି ସମ୍ଭାବନା ବୃଦ୍ଧି ନିମନ୍ତେ ଏହି ଅଭୂତପୂର୍ବ କାର୍ଯ୍ୟକ୍ରମ ବେଶ୍‌ ଫଳପ୍ରଦ ହୋଇଛି । ପ୍ରଥମ ପର୍ଯ୍ୟାୟର ପ୍ରଶିକ୍ଷାର୍ଥୀମାନେ ଅକେଫାବର ୨୦୨୪ରେ ସେମାନଙ୍କର ପ୍ରଶିକ୍ଷଣ ସମାପ୍ତ କରିବେ ଏବଂ ସେମାନଙ୍କ ମଧ୍ୟରୁ ଅନେକ ବିଭିନ୍ନ ନାମୀଦାମୀ ଆତିଥେୟତା ପ୍ରଦାନକାରୀ ସଂସ୍ଥାରୁ ନିଯୁକ୍ତିର ସୁଯୋଗ ପାଇସାରିଛନ୍ତି ।

          ସଫଳତାର ସହ ପ୍ରଶିକ୍ଷଣ ଶେଷ କରିଥିବା ବିଦ୍ୟାର୍ଥୀଙ୍କ ମଧ୍ୟରୁ ୧୩ ଜଣ ଜାମସେଦପୁରରେ ଅନୁଷ୍ଠିତ ସମ୍ମାନଜନକ ଜାତୀୟ ଆବିଲିମ୍ପିକ୍‌ ଇଭେଣ୍ଟରେ ଭାଗ ନେବାକୁ ମନୋନୀତ ହୋଇଛନ୍ତି । ଏହି ଜାତୀୟ ପ୍ଲାଟଫର୍ମ ସେମାନଙ୍କୁ ଦେଶର ଅନ୍ୟ ଦକ୍ଷ ବିଦ୍ୟାର୍ଥୀଙ୍କ ସହ ସେମାନଙ୍କର ଦକ୍ଷତା ପ୍ରଦର୍ଶନ ସହିତ ପ୍ରତଦ୍ୱନ୍ଦିତା କରିବାର ସୁଯୋଗ ପ୍ରଦାନ କରିବ ।

          ଶ୍ରୀ ନିତ୍ୟାନନ୍ଦ ସିଂ ପଦକ ଜିତିବା ସହ ଦିଲ୍ଲୀରେ ହେବାକୁ ଥିବା ଜାତୀୟ ଇଭେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଆଇଏଚ୍‌ଏମ୍‌ ଭୁବନେଶ୍ୱରଙ୍କ ଏହି ପଦକ୍ଷେପ ଶ୍ରବଣବାଧିତ ଯୁବକମାନଙ୍କ ପାଇଁ ବୃତ୍ତିଗତ ସୁଯୋଗ ସୃଷ୍ଟି କରିବା ସହ ଆତିଥ୍ୟ ଶିଳ୍ପରେ ଉନ୍ନତ ପ୍ରଦର୍ଶନ ନିମନ୍ତେ ସକ୍ଷମ କରିବା ପାଇଁ ପ୍ରତିବଦ୍ଧ । ଶାରୀରିକ ଦକ୍ଷତା ନିର୍ବିଶେଷରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ କୁଶଳୀ କରି ଏକ ସମାବେଶୀ ମାନବସମ୍ବଳ ସୃଷ୍ଟି କରବା ପାଇଁ ଆଇଏଚ୍‌ଏମ୍‌ ତା’ର ପ୍ରୟାସ ଜାରି ରଖିଛି ।

Leave a Reply

Your email address will not be published. Required fields are marked *