ଶ୍ରୀ ଅରବିନ୍ଦ ରାଉରକେଲା ସ୍କୁଲ ରେ ବିଜ୍ଞାନ ମେଳା ଓ ଅଗ୍ନି ବିନା ଖାଦ୍ୟ ପ୍ରସ୍ତୁତି କାର୍ଯ୍ୟକ୍ରମ

ରାଉରକେଲା, ୦୧/୧୦/୨୦୨୪ (ଓଡ଼ିଶା ସମାଚାର)- ସେକ୍ଟର ପାଞ୍ଚ  ସ୍ଥିତ  ଶ୍ରୀ ଅରବିନ୍ଦ ରାଉରକେଲା ସ୍କୁଲ ରେ ବିଜ୍ଞାନ ମେଳା ଓ ଅଗ୍ନି ବିନା ଖାଦ୍ୟ ପ୍ରସ୍ତୁତି କାର୍ଯ୍ୟକ୍ରମ ମହା ସମାରୋହ ରେ ପାଳନ ହୋଇଯାଇଛି । ସ୍କୁଲ ର ଅଧ୍ୟକ୍ଷା  ଅଞ୍ଜଳି ଶତପଥି ଙ୍କ ଅଧ୍ୟକ୍ଷତାରେ ତଥା ସମ୍ପାଦକ ଡାକ୍ତର ପ୍ରଶାନ୍ତ ପାତ୍ର ଙ୍କ ଆବାହକତ୍ବ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦୀପିକା ମହିଳା ସଂହତି ର ଉପସଭାପତି ପ୍ରଭାତୀ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ  ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ପ୍ରେରଣା ଦେଇଥିଲେ । ବିଦ୍ୟାଳୟ ର ସଭାପତି ଡକ୍ଟର ଜ୍ୟୋସ୍ନା ପଟ୍ଟନାୟକ ଓ ଡ଼କ୍ଟର କିଶୋରୀ ଦାସ କାର୍ଯ୍ୟକ୍ରମ ରେ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ବିଜ୍ଞାନ ବିଭାଗ ରେ ଜଗଦୀଶ ରଥ,ସୁସ୍ମିତା ମହାପାତ୍ର, ଅରୂପ ସୁବୁଦ୍ଧି, ସୁଶାନ୍ତ ରାଉତ ଛାତ୍ରଛାତ୍ରୀ ମାନଙ୍କର ପ୍ରକଳ୍ପ ଗୁଡିକ ର ମୂଲ୍ୟାୟନ କରିଥିଲେ । ସେହିପରି ଅଗ୍ନି ବିନା ଖାଦ୍ୟ ପ୍ରସ୍ତୁତି ବିଭାଗ ରେ ବିଚାରକ ଭାବେ ଅରୁନ୍ଧତୀ ନନ୍ଦୀ, ସ୍ଵାଗତା ରଥ ଏବଂ ଡ଼ଃ ସରିତା ମଲ୍ଲ ଯୋଗ ଦେଇ ଖାଦ୍ୟ ର ମାନ ନିରୂପଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ତଥା କର୍ମଚାରୀମାନେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *