ଜାତୀୟ ସ୍ବେଚ୍ଛାକୃତ ରକ୍ତଦାନ ଦିବସ।

ଯାଜପୁର , ୦୧/୧୦/୨୦୨୪ (ଓଡ଼ିଶା ସମାଚାର /ସୁରେଶ କୁମାର କର )-  ମଙ୍ଗଳବାର  ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ  ଯାଜପୁର ଜିଲ୍ଲା  ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାତୀୟ ସ୍ଵେଚ୍ଛାକୃତ ରକ୍ତଦାନ ଦିବସ ପାଳିତ ହୋଇଯାଇଛି। ଏହି ଦିବସରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ରକ୍ତଦାନ ଏକ ମହତ୍ ଦାନ। ରକ୍ତଦାନ ଦ୍ବାରା ବହୁ ଅମୂଲ୍ୟ ଜୀବନକୁ ରକ୍ଷା କରାଯାଉଛି। ଆମ ଜିଲ୍ଲାରେ ୧୨,୦୦୦ ୟୁନିଟ ରକ୍ତର ଆବଶ୍ୟକତା ରହିଛି। ଜିଲ୍ଲାରେ ଅଧିକ କୋଡ଼ିଏ ଶତକଡା ବ୍ଲଡ଼ ଆବଶ୍ୟକତା ରହିଛି। ସିଭିଲ ସୋସାଇଟି, ସ୍ବେଛାସେବୀ ଅନୁଷ୍ଠାନ ମାନଙ୍କର ସହଯୋଗର ଆବଶ୍ୟକତା ରହିଛି। ପ୍ରତି ସ୍ବାସ୍ଥ୍ୟବାନ୍ ପୁରୁଷ ୩ ମାସରେ ଥରେ ଓ ମହିଳା ୪ ମାସରେ ଥରେ ରକ୍ତଦାନ କରିପାରିବେ। ଏ ସମ୍ପର୍କରେ ସମସ୍ତେ ସଚେତନ ହେବା ଦରକାର। ଏହି ଜାତୀୟ ରକ୍ତଦାନ ଦିବସରେ ଯଯାତି କେଶରୀ ଭେଷଜ ମହାବିଦ୍ୟାଳୟର ସୁପରିଣ୍ଟେଡେଣ୍ଟ ଡ଼ା. ମନୋରମା ସ୍ବାଇଁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ା.  ଶିବାଶିଷ ମହାରଣା, ଡି.ଏମ.ଓ ଡ଼ା. ନଗେନ୍ଦ୍ର ନାଥ ମହାପାତ୍ର, ବି.ବି.ଏମ.ଓ ଡ଼ା. ପ୍ରଶାନ୍ତ କୁମାର ବିଶ୍ବାଳ, ଡ଼ା. ସୁଜିତ୍ ମନୋହର ସ୍ବାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରକ୍ତଦାନର ଆବଶ୍ୟକତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ମୁଖ୍ୟବକ୍ତା ଭାବେ ବରୁଣେଶ୍ୱର ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ଼ା. ବଟକୃଷ୍ଣ ମହାପାତ୍ର ଓ ସିନିୟର୍ ଶିଶୁରୋଗ ବିଶେଷଜ୍ଞ ଡ଼ା. ମନୋଜ କୁମାର ସେନାପତି, ପି.ଆର.ଓ ମେମ୍ବର, ସମର ବିଜୟ ଶରଣ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ମୋବାଇଲ ରକ୍ତଦାନ ଯାନ ମାଧ୍ୟମରେ ରକ୍ତଦାନକୁ ଜିଲ୍ଲାପାଳ ଶୁଭ ଉଦଘାଟନ କରିଥିଲେ। ୨୫ ୟୁନିଟ ବ୍ଲଡ଼ ସଂଗୃହିତ ହୋଇଥିଲା।

Leave a Reply

Your email address will not be published. Required fields are marked *