କଟକ ସଦର , ୦୧/୧୦/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଏକାଧିକ ଥର କଟକ ଲୋକସଭା ସଂସଦୀୟ କ୍ଷେତ୍ରରୁ ଲଗାତର ବିଜୟ ଲାଭ କରିଥିବା ତଥା ଗତ ୨୦୨୪ ନିର୍ବାଚନରେ ବିଜେଡ଼ିରୁ ବିଜେପି କୁ ଯାଇଁ ବିଜୟୀ ହୋଇଥିବା ସଂସଦ ରତ୍ନ ଭର୍ତୃହରି ମହତାବଙ୍କ ସୁପୁତ୍ର ଲୋକରଞ୍ଜନ ମହତାବ ଆଗକୁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି। ଆଗାମୀ ଦିନରେ ଭର୍ତୃହରି ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଉଥିବା ବେଳେ ଏଵେ ବାପା ଭର୍ତୃହରି ଙ୍କ ସହିତ ପୁଅ ଲୋକରଞ୍ଜନ ଙ୍କୁ ସବୁଆଡେ ପାଖେ ପାଖେ ଦେଖିବାକୁ ମିଳୁଥିବା ରୁ ଚର୍ଚ୍ଚା କୁ ଅଧିକ ଖୋରାକ ଯୋଗାଉଛି। ଆଗାମୀ ଦିନରେ ଭର୍ତୃହରି ପ୍ରତ୍ୟକ୍ଷ ରାଜନୀତିରୁ ଦୂରେଇ ରହି ପରୋକ୍ଷ ରାଜନୀତି ରେ ରହିବାକୁ ମନସ୍ତ କରିଥିବା ଶୁଣାଯାଉଥିଵା ବେଳେ ଏଥିପାଇଁ ପୁଅ ଲୋକରଞ୍ଜନ ଙ୍କୁ ମଇଦାନରେ ଓହ୍ଲାଇବାକୁ କ୍ଷେତ୍ର ପ୍ରସ୍ତୁତି କରୁଥିବା ଜଣାପଡିଛି। ତେବେ ଆଗକୁ ବାପ ପୁଅଙ୍କ ରାଜନୀତି କେଉଁ ଆଡ଼କୁ ଯାଉଛି ତାକୁ କେବଳ ଦେଖିବାକୁ ବାକି ରହିଲା।
ରାଜନୀତି ମଇଦାନକୁ ଲୋକରଞ୍ଜନ ମହତାବ ଓହ୍ଲାଇବାକୁ ନେଇ ଚର୍ଚ୍ଚା
