ସାଲେପୁର, ୨୩/୧୧/୨୦୨୩ (ଓଡିଶା ସମାଚାର/ ଅଭୟ ଜେନା )-ପଦ୍ମପୁର ସ୍ଥିତ ଜନଚେତନା ସଂଗଠନ ପକ୍ଷରୁ ସହିଦ ଲକ୍ଷ୍ମଣ ନାୟକ ଙ୍କ ଜୟନ୍ତୀ ଓ ସଂଗଠନ ର ଚଉଦ ତମ ପ୍ରତିଷ୍ଠା ଉତ୍ସବ ପଦ୍ମପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଜନ ଚେତନା ର ସଭାପତି ପ୍ରଭାତ ମଲ୍ଲିକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଅଧ୍ୟାପକ ଯୁଧିଷ୍ଠିର ଖଟୁଆ ଯୋଗଦେଇ ଲକ୍ଷ୍ମଣ ନାୟକଙ୍କୁ ପଶ୍ଚିମାଞ୍ଚଲ ର ଗାନ୍ଧୀ ବୋଲି ଅଭିହିତ କରିଥିଲେ । ସଂଗଠକ ଉଦୟ ବର୍ମା ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ଉତ୍ସବ ରେ ମୁଖ୍ୟବକ୍ତା ଭାବେ ଅଧ୍ୟାପକ ନିଖିଳେଶ ମହାନ୍ତି,ସମ୍ମାନିତ ଅତିଥି ଅଧ୍ୟାପକ ରୁଦ୍ର ନାରାୟଣ ଦାସ,କଳିଙ୍ଗ ରତ୍ନ ବ୍ରହ୍ମା ନନ୍ଦ ମହାନ୍ତି,ରାଜୀବ ଷଡ଼ଙ୍ଗୀ,ପ୍ରତାପ ମହାପାତ୍ର, ଚନ୍ଦ୍ରମଣି ଭୂୟାଁ,ବ୍ରଜବନ୍ଧୁ ପୃଷ୍ଟି, ଆଦିତ୍ୟ ରଞ୍ଜନ ଦାସ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ କବିତାପାଠ ଅନୁଷ୍ଠିତ ହୋଇଥିଲା । ମଙ୍ଗୁଳୁ ଖାଁ ବିପ୍ଳବ ସଂଗୀତ ଗାନ କରିଥିଲେ । ରବୀନ୍ଦ୍ର ନାଥ ଖଟୁଆ ଧନ୍ୟବାଦ ଅର୍ପଣ କରିଥିଲେ ।