ନିରାକାରପୁର, ୧୦/୧୨/୨୦୨୩ (ଓଡ଼ିଶା ସମାଚାର)-ବଜରଙ୍ଗ ଦଳ କର୍ମୀଙ୍କ ଠାରୁ ଖବର ପାଇ ୯ ତାରିଖ ରାତି ସାଢ଼େ ୯ ଟା ବେଳେ ଏକ ଗୋରୁ ମାଂସ ବୋଝେଇ ଗାଡ଼ି କୁ ଜଂକିଆ ପୋଲିସ ଜବତ କରିଥିବା ବେଳେ ଗାଡ଼ିରେ ୧୫ ଟନ ଗୋରୁ ମାଂସ ଚାଲାଣ ହେଉଥିବା ଆଜି ଜଣାପଡିଛି। ଜଂକିଆ ଥାନା ଆଇଆଇସି ପ୍ରଜ୍ଞା ଋତୁମ୍ଭରା କର ଙ୍କୁ ଏକ ଆଇଚର ଗାଡ଼ି ନଂ ଓଡି ୦୫ ବି ଏଲ ୩୬୨୩ ରେ ଗୋରୁ ମାଂସ ଚାଲାଣ ହେଉଥିବା
କିଛି ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା ସୂଚନା ଦେବାରୁ ଜଂକିଆ ପୋଲିସ ଆଇଆଇସିଙ୍କ ନେତୃତ୍ୱରେ ଜଂକିଆ ପେଟ୍ରୋଲ ପମ୍ପ ନିକଟରେ ଏକ ଗାଡି ଲକ୍ ହୋଇ ରଖାଯାଇଥିବା ଦେଖିବାକୁ ପାଇଥିଲେ। ପରେ ଉକ୍ତ ଗାଡିକୁ ଜବତ କରି ଥାନାକୁ ଆଣିଥିବବେକେ ଆଜି ଉକ୍ତ ଗାଡ଼ିରେ ପଲିଥିନ ଜରି ଘୋଡ଼ା ଯାଇ ବରଫ ମଧ୍ୟରେ ପ୍ରାୟ ୧୫ ଟନ ବଡ ବଡ଼ ଖଣ୍ଡ ଗୋରୁ ମାଂସ ଚାଲାଣ ହେଉଥିବା ଦେଖିବାକୁ ପାଇଥିଲେ। ପରେ ଜଂକିଆ ପଶୁ ଚିକିତ୍ସକ ଆସି ଉକ୍ତ ମାଂସ ସାମ୍ପୂଲ୍ ସଂଗ୍ରହ କରି ପରୀକ୍ଷା ପାଇଁ ପୋଲିସକୁ ଦେବା ପରେ ପୋଲିସ ଏହାକୁ ଭୁବନେଶ୍ୱର ଫୋରେନସିକ ଲାବଟ୍ରୋରୀ କୁ ପଠାଇଥିବା ଜଣାପଡିଛି।
