ଭୁବନ ୧୩/୦୧/୨୦୨୬ (ଓଡ଼ିଶା ସମାଚାର)- ଭୁବନ ବିନାୟକ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ୧୩ ତମ ବାର୍ଷିକ କ୍ରୀଡା ଉଦଯାପିତ ହୋଇଯାଇଛି । ବିଦ୍ୟାଳୟ ଅଧ୍ୟକ୍ଷ କାମାକ୍ଷା ପ୍ରସାଦ ବେହେରା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉଦଯାପନୀ ଉତ୍ସବ ରେ ବିଡ଼ିଓ ଆୟୁଶୀ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଠାବ ବେଳେ ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନନ୍ଦ କିଶୋର ସାହୁ,ସମ୍ପାଦକ ସମୀର କୁମାର ସାହୁ,ସନ୍ତୋଷ ପଟ୍ଟନାୟକ, ନୃସିହ ଚରଣ ସାହୁ,ମୁଖ୍ୟ ପରାମର୍ଶଦାତା ନରହରି ସାହୁ ଯୋଗଦେଇ କ୍ରୀଡାର ମହତ୍ତ୍ଵ ଓ ଉପଯୋଗୀତା ସମ୍ପର୍କରେ ଆଲୋକପାତ କରିଥିଲେ ।
ଅତିଥିଙ୍କ ଦ୍ଵାରା କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶିକ୍ଷୟିତ୍ରୀ ବିନୋଦିନୀ ପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ ସ୍ଵପ୍ଲିନା ପ୍ରିୟଦର୍ଶିନୀ ବର୍ଦ୍ଧନ ଧନ୍ୟବାଦ ଅର୍ପଣ କରିଥିଲେ। ବାର୍ଷିକ କ୍ରୀଡ଼ାରେ ୮ ଟି ବିଭାଗ ରେ ସମୁଦାୟ ୮୦ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ।
