ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ପ୍ରଣେତା ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ୧୫୦ ତମ ରାଜ୍ୟସ୍ତରୀୟ ଜୟନ୍ତୀ 

କଟକ ସଦର , ୨୭/୯/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା)- ଓଡ଼ିଆ ସାହିତ୍ୟ ଜଗତର ଭଗିରଥ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ପ୍ରଣେତା ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ୧୫୦ ତମ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଆଜି ଶୁକ୍ରବାର ଅପରାହ୍ନରେ କନ୍ଦରପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ଓ ପ୍ରହରାଜ ପ୍ରତିଭା ପୂଜା ପରିଷଦ ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପରିଷଦର ସଭାପତି ଵ୍ୟଙ୍ଗକଵି ପ୍ରତାପ ଚନ୍ଦ୍ର ବେହେରା ଙ୍କ ପୈ।ରୋହିତ୍ୟରେ ଆୟୋଜିତ ଜୟନ୍ତୀ ସଭାରେ ବିଶିଷ୍ଟ ସାହିତ୍ୟିକା ଶକୁନ୍ତଳା ବଳିୟାର ସିଂହ, ସାହିତ୍ୟିକା କାନନ ଵାଳା ପଟ୍ଟନାୟକ, ସାହିତ୍ୟିକା ଅନସୂୟା ମିଶ୍ର, ପରିଷଦର ଉପଦେଷ୍ଟା ତଥା ପୂର୍ବତନ ପ୍ରଶାସକ ବିଜୟ ଚନ୍ଦ୍ର ଜେନା, ଏକାଡେମୀ ର ଉପ ସଚିବ ସଂଜୟ ଛୁଆଳ ସିଂହ ପ୍ରମୁଖ ଯୋଗ ଦେଇ ଗୋପାଳ ପ୍ରହରାଜଙ୍କ ଓଡ଼ିଆ ସାହିତ୍ୟକୁ ଅତୁଳନୀୟ ଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିରେ ପରିଷଦର ଉପସଭାପତି କବି ପୀତାମ୍ବର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଂପାଦକ ପୀୟୂଷ ରଞ୍ଜନ ପରିଡ଼ା ସଂପାଦକୀୟ ବିବରଣୀ ପାଠ କରିଥିଲେ। ପୂର୍ବାହ୍ନରେ ଭୁବନେଶ୍ଵର ଏଜି ଛକରେ ଥିବା ଗୋପାଳ ପ୍ରହରାଜଙ୍କ ପ୍ରତିମୂର୍ତ୍ତୀରେ ବିଶିଷ୍ଟ ବ୍ୟକ୍ତିମାନେ ମାଲ୍ୟାର୍ପଣ କରି ଶ୍ରଧାସୁମନ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *