ପଞ୍ଚାୟତରାଜ ଦିବସ ଅବସରରେ କୁଆଁସ ମଙ୍ଗଳା ପୀଠରେ ରକ୍ତଦାନ ଶିବିର, ୧୨୯ ୟୁନିଟ ରକ୍ତ ସଂଗ୍ରହ

ଦଶରଥପୁର , ୦୫/୦୩/୨୦୨୪ (ଓଡ଼ିଶା ସମାଚାର)- ପ୍ରବାଦ ପୁରୁଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୮ ତମ  ଜନ୍ମ ଜୟନ୍ତୀ ଅବସରରେ ଦଶରଥପୁର ବ୍ଲକ ଡାହାଣହତା ପଞ୍ଚାୟତସ୍ତ ମା କୁଆଁସ ମଙ୍ଗଳା ପୀଠଠାରେ ଏକ  ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସକାଳ ୯ ଟା ସମୟରେ  ଯାଜପୁର ବିଧାୟକ ତଥା ରାଜ୍ୟ ସଙ୍ଗଠନ ସମ୍ପାଦକ  ପ୍ରଣବ ପ୍ରକାଶ ଦାସ କୁଆଁସ ମଙ୍ଗଳା ପୀଠ ଠାରେ ପହଞ୍ଚି ପ୍ରଦୀପ ପ୍ରଜ୍ବଳନ କରିବା ସହ ସ୍ବର୍ଗତ ବିଜୁପଟ୍ଟନାୟକଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ପରେ ରକ୍ତଦାନ ଶିବିରଟିକୁ ଉଦଘାଟନ କରିଥିଲେ  ।  ଏହାପରେ ବିଧାୟକ ଶ୍ରୀଦାସ ମଙ୍ଗଳା ପୀଠର ଉନ୍ନତି କରଣ କାର୍ଯ୍ୟ ବୁଲି ଦେଖିବା ସହ  ମଙ୍ଗଳା ପୀଠରେ ପାଟୁଆ ମାନଙ୍କ ସ୍ନାନ କରିବା ନିମନ୍ତେ ଥିବା ପୁଷ୍କରିଣୀର ଉନ୍ନତି କରଣ କାର୍ଯ୍ୟ ନିମନ୍ତେ ବିଧାୟକ ଶ୍ରୀ ଦାସ  କ୍ରିଟିକାଲ ଫଣ୍ଡରୁ ୧୦ ଲକ୍ଷ ଟଙ୍କା ଯୋଗେଇ ଦେବେ ବୋଲି ଘୋଷଣା କରିଥିଲେ  । ପରେ ପରେ ଯାଜପୁରର ବରିଷ୍ଠ ବିଜେଡି ନେତା କର୍ଣ୍ଣାଟ କେଶରି ଦାସ ପହଞ୍ଚି ମା କୁଆଁସ ମଙ୍ଗଳାଙ୍କ ପୂଜାର୍ଚନା କରିବା ସହ ସ୍ବର୍ଗତ ବିଜୁପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଅବସରରେ ମା ମଙ୍ଗଳାଙ୍କ ନିକଟରେ ୧୦୮ ଦୀପ ଜାଳିଥିଲେ । ପରେ ରକ୍ତଦାତା ମାନଙ୍କୁ ଫଳ ଓ ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ  । ଏହି ରକ୍ତଦାନ ଶିବିରରେ ଯାଜପୁର ଜିଲ୍ଲା ବିଯୁଜନତା ଦଳର ସଭାପତି ସରୋଜ କୁମାର ମହାପାତ୍ର, ଓଡିଶା ଖାଦ୍ୟ ସୁରକ୍ଷା ଆୟୋଗର ସଭ୍ୟା ସଂଯୁକ୍ତା ମହାନ୍ତି,ବ୍ଲକ ବିଜେଡି ସଭାପତି ଅଜୟ କୁମାର ମହାନ୍ତି, ପରିବେଶ ବିତ ତଥା  ମଙ୍ଗଳପୁର ମହିଳା ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଜଗଦୀଶ ଶଙ୍କର ସାହୁ,ଡାହାଣହତା  ପଞ୍ଚାୟତର ସରପଞ୍ଚ ପଦ୍ମାବତୀ ବିଶ୍ୱାଳ, ସମିତିସଭ୍ୟା  ସସ୍ମିତା ଜେନା,  ମଙ୍ଗଳପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଶିଶିର ଧଳ, ଜୟନ୍ତରା ପଞ୍ଚାୟତର ଯୁବ ସମାଜସେବୀ ଅଜିତ କୁମାର ସାମଲ,ଜିଲ୍ଲା ପରିଷଦ ସଭ୍ୟା ମାମିନା ମଲ୍ଲିକ, ତରପଦା ପଞ୍ଚାୟତର ବରିଷ୍ଠ ନେତା ଲଷ୍ମୀଧର ସାହୁ, ମଙ୍ଗଳପୁର ପଞ୍ଚାୟତର ବରିଷ୍ଠ ନେତା ପ୍ରଦୀପ କୁମାର ମହାପାତ୍ର,ଦଶରଥପୁର ପଞ୍ଚାୟତର ସମିତିସଭ୍ୟ ପ୍ରଶାନ୍ତ କୁମାର ମଲ୍ଲିକ,ଛଚିଣା ପଞ୍ଚାୟତର ସମାଜସେବୀ ମାନସ ସାମଲ, ଦଶରଥପୁର ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ମହେଶ୍ୱର ସାହୁ,ଡାହାଣହତା ପଞ୍ଚାୟତର ପୂର୍ବତନ ସରପଞ୍ଚ ଗୋବିନ୍ଦ ଜେନା, ଗୋପାଳପୁର ସରପଞ୍ଚ ସେକ ନାଦର  ପ୍ରମୁଖ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରରେ ମୋଟ ୧୨୯ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା  ।

Leave a Reply

Your email address will not be published. Required fields are marked *